ଘାଟିରେ ଓଲଟାଇଲା ଟ୍ରକ୍

ମୟୂରଭଞ୍ଜ : ଘାଟିରେ ଓଲଟାଇଲା ଟ୍ରକ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ନାସିକରୁ ପିଆଜ ନେଇ ଆସୁଥିବା ଏକ ଟ୍ରକ୍ ବାଙ୍ଗିରିପୋଷି ଘାଟି ଓହ୍ଲାଉ ଥିବା ବେଳେ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏହା ପରେ ଟ୍ରକ୍ରେ ଥିବା ଦ୍ଵିତୀୟ ଡ୍ରାଇଭର ଜଣଙ୍କ ଓହ୍ଲାଇ ଗାଡ଼ିକୁ ଅଟକାଇବାକୁ ଚକ ଆଗରେ କିଛି ଜିନିଷ ରଖିବାକୁ ଚେଷ୍ଟା କରୁଥିବା ବେଳେ ଅସାବଧାନତା ଯୋଗୁଁ ଚକ ତଳେ ଚାପି ହୋଇ ଯାଇଥିଲେ। ଏହା ପରେ ଟ୍ରକ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିବା ଡାଇଭରଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Jan 28, 2024 - 20:49
 1
ଘାଟିରେ ଓଲଟାଇଲା ଟ୍ରକ୍