ଜଣେ ଜିଲ୍ଲାପାଳ, ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ

ଭୁବନେଶ୍ୱର: ବାଜି ସାରିଛି ନିର୍ବାଚନ ବିଗୁଲ । ଆଉ ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ନିର୍ବାଚନ ତାରିଖ ଘୋଷଣା କରିବା ପର ଠାରୁ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରିବାରେ ଲାଗିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ଡିଜିପି ସହ ବିଭିନ୍ନ ରାଜ୍ୟର ଗୃହ ସଚିବଙ୍କୁ ବଦଳି କରିବାକୁ ଇସିଆଇ ନିର୍ଦ୍ଦେଶ ଦେଇଥିବାବେଳେ ଏବେ ଓଡ଼ିଶା ପାଳି ପଡ଼ିଛି । ଏହି କ୍ରମରେ ଇସିଆଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଢେଙ୍କାନାଳ ଜିଲ୍ଲାପାଳ ନୁହନ୍ତି, କଟକ ଓ ଦେବଗଡ଼ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି କରିବାକୁ ଇସିଆଇ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଅଣ କ୍ୟାଡର ଅଫସିର ହୋଇଥିବାରୁ ଏମାନଙ୍କୁ ତୁରନ୍ତ ବଦଳି କରିବାକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି ।

Mar 21, 2024 - 16:07
 9
ଜଣେ ଜିଲ୍ଲାପାଳ, ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ