ଜାତୀୟ ପୋଷଣ ମାସ ଅବସରରେ, ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ମାଙ୍କ ନାମରେ ଗଛଟିଏ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଜୟପୁରସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଧରୁ ବନ୍ଧୁଗାଁ ବ୍ଲକ, ଆଲମଣ୍ଡା ଗ୍ରାମରେ ଜାତୀୟ ପୋଷଣ ମାସ ଅବସରରେ “ମାଙ୍କ ନାମରେ ଗଛଟିଏ" ଶୀର୍ଷକରେ ଏକ ସଚେତନତା ର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କ୍ରି କାର୍ଯ୍ୟକ୍ରମଟି ସହକାରୀ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କ୍ରୀୟ ଆଇସିଡ଼ିଏସ୍ ସୁପରଭାଇଜର ଶ୍ରୀମତୀ ତୁଳାବତୀ ମାଛ, ୟୁଜିବି ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀ ଲକ୍ଷ୍ମୀ ନାରାୟଣ ଢ଼େଉର, ମବିକେ ସୁଶ୍ରୀ ଜ୍ୟୋତି ସେନାପତି ଓ ବନପାଳ ଶ୍ରୀ ଜୟଶଙ୍କର ପଦକା ଉପସ୍ଥିତ ଥିଲେ। ଏହା ସହିତ କ୍ଷେତ୍ର ପ୍ରଚାର ଅଧୂକାରୀ ଶ୍ରୀ ଜ୍ୟୋତି ରଞ୍ଜନ ପଟନାୟକ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।
ର୍ଯ୍ୟକ୍ରମରେ ବକ୍ତାମାନେ ସରକାରଙ୍କ ଦ୍ବାରା ପୋଷଣ, ସ୍ବାସ୍ଥ୍ୟ ଓ କଲ୍ୟାଣ ମୂଳକ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରିଥିଲେ। ମାନେ ପୋଷଣୀୟ ଖାଦ୍ୟ ଗ୍ରହଣର ଗୁରୁତ୍ବ ଉପରେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ଷା ଧ୍ଯମରେ ମାଆଙ୍କ ପ୍ରତି ସମ୍ମାନ ସୂଚକ ଭାବେ, ତାଙ୍କର ନାମରେ ଗଛଟିଏ ରୋପଣ କରି ପରିବେଶ ସୁରକ୍ଷାକୁ ଦେବା ପ୍ରତି ସାମାଜିକ ଦ୍ୱନ୍ଦଶ ପ୍ରକାଶ କରିଥିଲେ ।
ନେଶ୍ବରରୁ ଆସିଥିବା କେନ୍ଦ୍ରୀୟ ସଂଚାର ବ୍ୟୁରୋର ନାଟକ ଦଳ ପଥନାଟକ ମାଧ୍ୟମରେ ସଚେତନତା କରିଥିଲା । ଏହାସହିତ, ବିଭିନ୍ନ ଵିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଯେପରିକି ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଙ୍ଗାଲି ପ୍ରତିଯୋଗିତା । ବିଜୟୀ ଅଂଶଗ୍ରହଣକାରୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।