ମୋହନ ସରକାର ରେ ଥାନାର Inspector ଓ SI ହେବେ ବାହୁବଳୀ
ରାଜ୍ୟରେ ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାକୁ ବଢ଼ାଯାଇଛି। ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ। ପୂର୍ବରୁ ଡିସିପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଅଧିକାରୀମାନେ ଏବେ ସେମାନଙ୍କର କ୍ଷେତ୍ରୀୟ କ୍ଷେତ୍ରାଧିକାର ମଧ୍ୟରେ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ଯେ କୌଣସି ସ୍ୱତନ୍ତ୍ର କୋର୍ଟ ସମ୍ମୁଖରେ ଏହି କ୍ଷମତାର ବ୍ୟବହାର କରିପାରିବେ।
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୁଦ୍ଧରେ ଅତ୍ୟାଚାର ସହିତ ଜଡିତ ମାମଲାରେ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାକୂ ସୁଦୃଢ଼ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ହେଉଛି ଏହି ନିଷ୍ପତ୍ତିର ଲକ୍ଷ୍ୟ।