ଜିନ୍ଦଲ ର ଡିଷ୍ଟ୍ରିବ୍ୟୁଟର ଓ ରିଟେଲର Meet...
ଜିନ୍ଦଲ ର ଡିଷ୍ଟ୍ରିବ୍ୟୁଟର ଓ ରିଟେଲର Meet...
ଜିନ୍ଦଲ ଇଣ୍ଡିଆ କମ୍ପାନୀ ତରଫରୁ ଡ୍ରିଷ୍ଟିବ୍ୟୁଟର ଓ ରିଟେଲର୍ ମିଟ ହେଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଇଣ୍ଡିଆ କମ୍ପାନୀ ର ଇଷ୍ଟ ରିଜିଅନ ଅଞ୍ଚଳର ବହୁ ଡ୍ରିଷ୍ଟିବ୍ୟୁଟର ଯୋଗ ଦେଇଥିଲେ। ବଜାରରେ ବିକ୍ରି ହେଉଥିବା ଜିନ୍ଦଲ ଇଣ୍ଡିଆ କମ୍ପାନୀ ର ପ୍ରତିଟି ପ୍ରଡକ୍ଟ ର ବ୍ୟବହାର ତଥା ମାର୍କେଟ ଭ୍ୟାଲ୍ୟୁ ଉପରେ ତର୍ଜମା କରାଯାଇଥିଲା।
ଏଥିସହିତ ଗ୍ରାହକଙ୍କ ବିଶିଷ୍ଟ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ। ଜିନ୍ଦଲ ଇଣ୍ଡିଆ କମ୍ପାନୀ ତାର ପ୍ରତିଟି କ୍ଷେତ୍ରରେ କିଭଳି ଭାବରେ ସମସ୍ତ ଙ୍କ ର ବିଶ୍ବାସଭାଜନ ହେଇପାରିବ ତାକୁ ନେଇ ଚର୍ଚ୍ଚା ହେଇଥିଲା ।
କାର୍ଯ୍ୟକ୍ରମ ଶେଷରେ କମ୍ପାନୀ ପକ୍ଷରୁ ଏକ ନୂଆ ରଙ୍ଗ ର ଶୁଭାରମ୍ଭ ସହିତ ବଜାର ପ୍ରବେଶ କରାଯାଇଥିଲା ।
ଜିନ୍ଦଲ କମ୍ପାନୀ ର ଅଧିକାରୀ ମାନେ ଏହି ନୂଆ ସବ୍ ରଙ୍ଗ ର ଗୁଣବତ୍ତା ଏବଂ ମାନ ସମ୍ପର୍କରେ ସୂଚନା ଦେଇଥିଲେ ।
ଜିନ୍ଦଲ ଇଣ୍ଡିଆ କମ୍ପାନୀ ତରଫରୁ ଏହି କାର୍ଯ୍ୟକ୍ରମରେ ଇଷ୍ଟ ରିଜିଅନ ମୁଖ୍ୟ ଉଦୟ ନାରାୟଣ ଦୁବେ, ଇଷ୍ଟ ସେଲସ ହେଡ୍ ଅବିନାଶ ତିଓ୍ବାରୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ।
ଓଡ଼ିଶାର ଅନେକ ଡ୍ରିଷ୍ଟିବ୍ୟୁଟର ଏଥିରେ ଯୋଗ ଦେଇ ନିଜ ଅଭିଜ୍ଞତା ସମ୍ପର୍କରେ କହିଥିଲେ।
ଡିଷ୍ଟ୍ରିବ୍ୟୁଟର ମନୋଜ ଜୈନ ଓ ଆର ଏନ୍ ଜୈନ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଅଗ୍ରୱାଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଡ୍ରିଷ୍ଟିବ୍ୟୁଟର ଓ ରିଟେଲର୍ ଙ୍କୁ ପୁରସ୍କୃତ କରାଯାଇଥିଲା।