"ଟାଇଗର କ୍ଲବ" ମାହାଙ୍ଗା ତରଫରୁ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳନ...

Aug 15, 2026 - 20:22
 3
"ଟାଇଗର କ୍ଲବ" ମାହାଙ୍ଗା ତରଫରୁ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳନ...

ଅଗ୍ରଗଣ୍ୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ kuanpal ପକ୍ଷରୁ ୮୦ତମ ପବିତ୍ର ସ୍ୱାଧୀନତା ଦିବସ କ୍ଲବ ପରିସରରେ ପାଳନ କରାଯାଇଛି। 

କ୍ଲବ ସଭାପତି ତଥା ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ପରିବାର ମୁଖ୍ୟ ସମ୍ପାଦକ ଓ ବରିଷ୍ଠ ସ୍ତମ୍ଭକର ଇଂଜିନିୟର ଜିତେନ କୁମାର ରାଉତରାୟ ଜାତୀୟପତାକା ଉତ୍ତୋଳନ କରି,ସ୍ବାଧୀନତା ସଗ୍ରାମୀମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। 

ଏହାପରେ ଆମ ସ୍ୱାଧୀନତା ଦିବସ ସମ୍ପର୍କରେ ଏକ ଆଲୋଚନା ଚକ୍ର ଶ୍ରୀ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା। 

ପ୍ରାରମ୍ଭରେ ସାଧାରଣ ସଂମ୍ପାଦକ ଶ୍ରୀ ରବି ଦାସ ସ୍ୱାଧୀନତା ଦିବସ ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ। 

ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଭାବଗ୍ରାହୀ ରାଉତ, 

ଅନୁଷ୍ଠାନର କୋଷାଧକ୍ଷ ତଥା ଯୋଗଗୁରୁ ଶ୍ରୀ ଜୟଦେବ ମୁଦୁଲି,

ସାଇ କୋଚିଂ ସେଣ୍ଟର ଅଧ୍ୟାପକ ଶ୍ରୀ ତୁଷାର ଦାସ, 

ସମାଜସେବୀ ଶ୍ରୀ ଶିବ ନାରାୟଣ ଘୋଷାଲ, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ସାଇ କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।