ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

Jan 19, 2026 - 13:19
 4
ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

ନିରନ୍ଧର ନିବେଶ ରେଳ ସୁରକ୍ଷାକୁ କରିଛି ସୁଦୃଢ଼; 2024-25ରେ 6,851 କିଲୋମିଟର ଟ୍ରାକ୍ ନବୀକରଣ ସମ୍ପୂର୍ଣ୍ଣ ଏବଂ 7,500 କିଲୋମିଟରରୁ ଅଧିକ କାମ ତ୍ବରାନ୍ବିତ ହୋଇଛି; ଆଗାମୀ ଦୁଇ ବର୍ଷ ମଧ୍ୟରେ 7,900 କିଲୋମିଟର ରେଳ ଟ୍ରାକ କାମ ଯୋଜନା କରାଯାଇଛି

ଉଚ୍ଚ-ଗତି-ସକ୍ଷମ ଟ୍ରାକ୍ ଲମ୍ବ 2014ରେ 31,445 କିଲୋମିଟରରୁ ପ୍ରାୟ ଦ୍ବିଗୁଣିତ ହୋଇ ବର୍ତ୍ତମାନ 84,244 କିଲୋମିଟରରେ ପହଞ୍ଚିଛିଛି; ଜାତୀୟ ରେଳ ନେଟୱର୍କର ପ୍ରାୟ 80% ଟ୍ରାକରେ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ରେଳ ଚଳାଚଳ କରୁଛି

ଗତ ଏଗାର ବର୍ଷ ମଧ୍ୟରେ ନିରନୁର ନିବେଶ ଓ ଲକ୍ଷ୍ୟବଦ୍ଧ କାର୍ଯ୍ୟକାରିତା ମାଧ୍ୟମରେ ଭାରତୀୟ ରେଳପଥ ଏହାର ଟ୍ରାକ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସୁରକ୍ଷା ମାନଦଣ୍ଡକୁ ବୃଦ୍ଧି କରିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏହି ପ୍ରୟାସଗୁଡ଼ିକ ସାରା ଦେଶରେ ସୁରକ୍ଷିତ, ଦ୍ରୁତ ଏବଂ ଅଧିକ ଭରସାଯୋଗ୍ୟ ଟ୍ରେନ ଚଳାଚଳରେ ଯୋଗଦାନ ଦେଉଛି ।

ଆର୍ଥକ ବର୍ଷ 2024-25ରେ, ଭାରତୀୟ ରେଳବାଇ 6,851 ଟ୍ରାକ୍ କିଲୋମିଟରରୁ ଅଧିକ ଟ୍ରାକ୍ ନବୀକରଣ କରିଥିଲା। ଚଳିତ ଆର୍ଥକ ବର୍ଷ 2025-26ରେ, 7,500ରୁ ଅଧୁକ କିଲୋମିଟର ଟ୍ରାକ୍ ନବୀକରଣ କାମ ଚାଲିଛି। ଏହା ବ୍ୟତୀତ, 2026-27 ପାଇଁ 7,900 କିଲୋମିଟର ରେଳ ଟ୍ରାକ୍ ନବୀକରଣ ଲାଗି ଯୋଜନା କରାଯାଇଛି। ଏହା ଭରସାଯୋଗ ସମ୍ପତ୍ତା ସୃଷ୍ଟି ଏବଂ ସୁରକ୍ଷା ଉପରେ ରେଳବାଇର ନିରନ୍ଧର ଗୁରୁତ୍ବକୁ ପ୍ରତିଫଳିତ କରେ।

ଟ ଆଉଟ୍ ନବୀକରଣରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ହୋଇଛି, ଯାହା ଟ୍ରେନର ସୁଗମ ଗମନାଗମନ ଲାଗି ଅତ୍ୟନ୍ତ ଜରୁରୀ। 2024-25 ମସିହାରେ, 7,161 ଥୂକ୍ ୱେବ୍‌ ସ୍ବିଚ୍ ଏବଂ 1,704 ଟି ୱେବଲ୍ ସିଏମଏସ କ୍ରସିଂ ଯୋଗାଇ ଦିଆଯାଇଥିଲା। 2025-26 ମସିହାରେ, 8,000 ରୁ ଅଧୂକ ଥୁକ୍ ୱେବ୍‌ ସ୍ବିଚ୍ ଏବଂ 3,000 ରୁ ଅଧୂକ ୱେବଲ୍ ସିଏମଏସ ଏମଏସ କ୍ରସିଂ ଯୋଗାଇ ଦିଆଯାଉଛି।

ଟ୍ରାକ୍ ସ୍ଥିରତା ବଜାୟ ରଖୁବା ଏବଂ ଯାତ୍ରାର ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଜରୁରୀ ବାଲାଷ୍ଟ୍ରର ଯାନ୍ତ୍ରିକ ଡିପ୍ ସ୍କ୍ରିନିଂ କ୍ରମାଗତ ଭାବରେ କରାଯାଇଛି। 2024-25 ମଧ୍ୟରେ, 7,442 ଟ୍ରାକ୍ କିଲୋମିଟର ଡିପ୍ ସ୍କ୍ରିନିଂ ସମାପ୍ତ ହୋଇଥିଲା, ଅନ୍ୟପକ୍ଷରେ 2025-26 ରେ 7,500 ରୁ ଅଧ‌ିକ ଟ୍ରାକ୍ କିଲୋମିଟର ଡିପ୍ ସ୍କ୍ରିନିଂ କାର୍ଯ୍ୟ କରାଯାଉଛି।

ଯାନ୍ତ୍ରିକ ରକ୍ଷଣାବେକ୍ଷଣକୁ ସମର୍ଥନ କରିବା ଏବଂ ଉତ୍ପାଦକତାକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇ ଏହାର ଟ୍ରାକ୍ ମେସିନ୍ ଫ୍ଲାଟକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି। 2014

ପରଠାରୁ 1,100 ରୁ ଅଧୂକ ଟ୍ରାକ୍ ମେସିନ୍ କିଣାଯାଇଛି, ଯାହା ରେଳ ନେଟୱାର୍କର ଦ୍ରୁତ ଏବଂ ଅଧିକ ଦକ୍ଷ ରକ୍ଷଣାବେକ୍ଷଣକୁ ସକ୍ଷମ କରିଥାଏ।

ଆକସ୍ମିକ ଭାବେ ଗୋରୁଙ୍କ ଦୌଡ଼ି ଆସିବା ଘଟଣା ଏବଂ ଅନୁପ୍ରବେଶକୁ କମ କରିବା ପାଇଁ ରେଳ ଟ୍ରାକରେ ସୁରକ୍ଷା ବାଡ଼କୁ ପ୍ରାଥମିକତା ଦିଆଯାଇଛି, ଯାହା ଦ୍ବାରା ସାମଗ୍ରିକ ସୁରକ୍ଷା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ 15,000 କିଲୋମିଟର ବାଡ଼ ଦିଆଯାଇଛି, ଯାହା ଦ୍ବାରା ଟ୍ରେନଗୁଡ଼ିକ ପ୍ରତି ଘଣ୍ଟା 110 କିଲୋମିଟରରୁ ଅଧିକ ବେଗରେ ଚଳାଚଳ କରୁଥିବା ସେକ୍ସନରେ ସୁରକ୍ଷା ଉନ୍ନତ ହୋଇଛି।

ଏହି ନିରନ୍ଧର ପ୍ରୟାସର ଫଳସ୍ବରୂପ, ଭାରତୀୟ ରେଳ ଟ୍ରାକଗୁଡ଼ିକୁ ଉନ୍ନତ କରିବାରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଘଣ୍ଟା ପ୍ରତି 110 କିଲୋମିଟର ଏବଂ ତଦୁର୍ଦ୍ଧ୍ବ ବେଗରେ ଟ୍ରେନ ଚଳାଚଳ କରିପାରୁଥିବା ଟ୍ରାକର ଲମ୍ବ 2014 ରେ 31,445 କିଲୋମିଟର (ନେଟୱାର୍କର ପ୍ରାୟ 40 ପ୍ରତିଶତ) ରୁ ବର୍ତ୍ତମାନ 84,244 କିଲୋମିଟର (ନେଟୱାର୍କର ପ୍ରାୟ 80 ପ୍ରତିଶତ) କୁ ବୃଦ୍ଧି ପାଇଛି, ଯାହା ଦ୍ରୁତ ଏବଂ ଅଧିକ ଦକ୍ଷ ଟ୍ରେନ ଚଳାଚଳରେ ସହାୟକ ହୋଇଛି।