ଅନେକ ସଫଳତା ଭିତରେ ଅନେକ ବିଫଳତା ମଧ୍ୟ ପୁରି ରହିଛି...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳକୁ ପୂରିଛି ୧୨ ବର୍ଷ। ଏହି ୧୨ ବର୍ଷର ଯାତ୍ରା ଭିତରେ ଦେଶ ଦେଖିଛି ଅନେକ ଐତିହାସିକ ପରିବର୍ତ୍ତନ
ମୋଦିଙ୍କ ଏମିତି ୧୨ଟି ବଡ଼ ନିଷ୍ପତ୍ତି, ଯାହା ଭାରତର ଭାଗ୍ୟ ଓ ଭବିଷ୍ୟତକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।*
ମୋଦିଙ୍କ ନେତୃତ୍ୱରେ ଦେଶ ଦେଖିଛି ବିକାଶର ଏକ ନୂଆ ସୂର୍ଯ୍ୟୋଦୟ। 'ଡିଜିଟାଲ୍ ଇଣ୍ଡିଆ' ମାଧ୍ୟମରେ ବିଶ୍ୱ ଦରବାରରେ ଭାରତ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ବେଳେ, 'ଆତ୍ମନିର୍ଭର ଭାରତ' ଅଭିଯାନ ସ୍ୱଦେଶୀ ଜ୍ଞାନକୌଶଳ ଓ ଅର୍ଥନୀତିକୁ ସୁଦୃଢ଼ କରିଛି।
କେବଳ ଆର୍ଥିକ ବିକାଶ ନୁହେଁ, ବରଂ ସାମାଜିକ ସଂସ୍କାର କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ସରକାର। 'ଟ୍ରିପଲ୍ ତଲାକ୍' ଉଚ୍ଛେଦ କରି ମୁସଲିମ୍ ମହିଳାମାନଙ୍କୁ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଅଧିକାର।
ସେହିପରି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ସହ ଦେଶବାସୀଙ୍କର ପ୍ରାୟ ୨୦୦ ବର୍ଷର ସ୍ୱପ୍ନକୁ ସାକାର କରିଛନ୍ତି ପ୍ରଧାନମନ୍ତ୍ରୀ।
ସାଂସ୍କୃତିକ ଗୌରବର ପୁନରୁଦ୍ଧାର ସହ ଭାରତକୁ ବିଶ୍ୱଗୁରୁ କରିବା ଦିଗରେ ମୋଦିଙ୍କର ଏହି ୧୨ଟି ନିଷ୍ପତ୍ତି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।