ଦୀନଦୟାଲ ଅର୍ଯ୍ୟୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ
ଦୀନଦୟାଲ ଅର୍ଯ୍ୟୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ
ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଏକ ରୂପରେଖ
ମୁଖ୍ଯାଶ
U ସାରା ଭାରତରେ 10.05 କୋଟି ଗ୍ରାମୀଣ ପରିବାରକୁ ୨୦.୨ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରାଯାଇଛି
U ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ମାଧ୍ଯମରେ 4.6 କୋଟି ମହିଳା ଚାଷୀ ଏବଂ 3.74 ଲକ୍ଷ ଉଦ୍ୟୋଗକୁ ସମର୍ଥନ କରାଯାଇଛି।
U ଡିଡିୟୁ-ଜିକେୱାଇ ଅଧୀନରେ 17.5 ଲକ୍ଷ ଗ୍ରାମୀଣ ଯୁବବବର୍ଗଙ୍କୁ ତାଲିମ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ମୋଟ 11.48 ଲକ୍ଷ ନିଯୁକ୍ତି ପାଇଛନ୍ତି।
U ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଋଣ ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ 47,952 ବ୍ୟାଙ୍କ ସଖୀଙ୍କୁ ନିୟୋଜିତ କରାଯାଇଛି।
U କୃଷି, ଅଣ-କାଠ ବନଜାତ ଦ୍ରବ୍ୟ, ପଶୁପାଳନ ଏବଂ ଅଣ-କୃଷି ଉଦ୍ୟୋଗ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରାଯାଇଛି।
ଦୀନଦୟାଲ ଅର୍ଯ୍ୟୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ହେଉଛି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏକ ପ୍ରମୁଖ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ। ଏହା ଗରିବ ପରିବାରଗୁଡ଼ିକୁ ଲାଭଦାୟକ ଆତ୍ମନିଯୁକ୍ତି ଏବଂ ଦକ୍ଷ ମଜୁରି ନିଯୁକ୍ତି ସୁଯୋଗ ପାଇବାକୁ ସକ୍ଷମ କରି ଦାରିଦ୍ର୍ୟ ହ୍ରାସ କରିବା ପାଇଁ କାର୍ଯ୍ୟକାରୀ କରାଯାଉଛି ଯାହା ଫଳରେ ଗରିବ ଲୋକଙ୍କ କଙ୍କ ପାଇଁ ସ୍ଥାୟୀ ଏବଂ ବିବିଧ ଜୀବିକା ବିକଳ୍ପ ସୃଷ୍ଟି କରାଯାଇପାରିବ ବ। ଡିଏୱାଇ-ଏଲଏମ ଗ୍ରାମୀଣ ଗରିବ ପରିବାରଗୁଡ଼ିକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ରେ ସାମିଲ କରିବା ସହ ସେମାନଙ୍କୁ ଆର୍ଥକ କାର୍ଯ୍ୟକଳାପ ପାଇଁ ଇଁ ନିରନ୍ଧର ପ୍ରୋତ୍ସାହିତ ଓ ସମର୍ଥନ କରୁଛି। ଏହାଦ୍ବାରା ସେମାନେ ଦାରିଦ୍ର୍ୟରୁ ମୁକ୍ତ ହେବା ସହିତ ନିଜର ଆୟ ବୃଦ୍ଧି କରିପାରୁଛନ୍ତି । ଏନଆରଏଲଏମ