ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା...

Jan 28, 2026 - 22:58
 3
ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା...

ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା...

ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ଛାତ୍ରଛାତ୍ରୀ । 

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା (MYGS) ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାସ୍ଥିତ ହିର୍ଲି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।  

ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ଦେଶର ପ୍ରାୟ ୨୦୦ଟି EMRS ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

MYGS ଜାତୀୟ ପୁରସ୍କାର ସମାରୋହ ୨୮ ଜାନୁଆରୀ ୨୦୨୬ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହୋଇଥିଲା । 

EMRS, ହିର୍ଲିର ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଏବଂ ଗାଇଡ୍ ଶିକ୍ଷକଙ୍କୁ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି । ଏଥିସହ ପୁରସ୍କାର ବାବଦକୁ ଏକ ସ୍ମାରକୀ ସହିତ ୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସଫଳତା ଓଡ଼ିଶାର ସମସ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ (OMTES) ଏବଂ ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ପ୍ରେରଣାର ଉତ୍ସ ରହିବ 

ଏହି ସଫଳତା ଆଦିବାସୀ ଯୁବପିଢିଙ୍କ ମଧ୍ୟରେ ନେତୃତ୍ୱ, ନାଗରିକ ସଚେତନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିକ କରିବ ।  

ତେବେ ଏହି ସଫଳତା ହାସଲ୍ କରିବା ପରେ ଛାତ୍ରଛାତ୍ରୀମାନେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବା. ପରମେଶ୍ୱରନ, OMTES ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏବଂ ନୋଡାଲ ଅଧିକାରୀ ସୁଶ୍ରୀ ପ୍ରଣତି ପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।