ଡିଏଭି କଳିଙ୍ଗନଗରରେ ସାଧାରଣତନ୍ତ୍ର ଦିବସ ପାଳିତ...

Jan 27, 2026 - 21:09
 3
ଡିଏଭି କଳିଙ୍ଗନଗରରେ ସାଧାରଣତନ୍ତ୍ର ଦିବସ ପାଳିତ...

ଡିଏଭି କଳିଙ୍ଗନଗରରେ ସାଧାରଣତନ୍ତ୍ର ଦିବସ ପାଳିତ...

ଡିଏଭି କଳିଙ୍ଗ ନଗରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । 

ଏହି ଦିବସ ଉପଲକ୍ଷେ ବିଦ୍ୟାଳୟର ଚେୟାରମ୍ୟାନ ତଥା ମୁଖ୍ୟ ଅତିଥି ମଦନ ମୋହନ ପଣ୍ଡା, ଅଧ୍ୟକ୍ଷ ବଳରାମ ମହାପାତ୍ର, ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ ହେବାପାଇଁ ଆହ୍ଵାନ କରିଥିଲେ । 

ଏହି ଅବସରରେ ବିଭିନ୍ନ ସଦନର ଛାତ୍ରଛାତ୍ରୀ, ସ୍କାଉଟ, ଗାଇଡ଼ ଓ ଜେଆରସିମାନଙ୍କଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶିତ ହୋଇଥିଲା । 

ଏହା ବ୍ଯତୀତ ଛାତ୍ରଛାତ୍ରୀମାନେ ସାମୂହିକ ସଙ୍ଗୀତ, ନୃତ୍ୟ ଓ ଯୋଗ ପରିବେଷଣ କରିଥିଲେ । ବିଦ୍ୟାଳୟର ଛାତ୍ରନେତ୍ରୀ ସ୍ଵଧୀନତା ସଂଗ୍ରାମୀମାନଙ୍କ ବଳିଦାନ ବିଷୟରେ ଅଭିଭାଷଣ ଦେଇଥିଲେ 

ଏଥି ସହିତ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ର ଦିବସ ପାଳନର ଆଭିମୁଖ୍ଯ ଉପରେ ଉଜ୍ଜସ୍ୱିନୀ ଭାଷଣ ଦେଇଥିଲେ । 

ଏହି ଅବସରରେ ଜୟ ଅଫ ଜିଭିଙ୍ଗ ଅନ୍ତର୍ଗତ ଚ୍ୟାରିଟି କାର୍ଯ୍ୟକ୍ରମ ମାଧ୍ୟମ ରେ ଯାଆଁଳା ସ୍ଥିତ ସହାୟ ପିତୃ ସେବା ସଦନ ଓ ଡମଣା ସ୍ଥିତ ଶ୍ରୀ ଶ୍ରୀ ମା ଆନନ୍ଦ ଅନାଥ ଆଶ୍ରମ ର ଅନ୍ତବାସି ମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ।  

ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।