ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କୃତିତ୍ବ..

Jan 23, 2026 - 13:18
 3
ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କୃତିତ୍ବ..

ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କୃତିତ୍ବ..

୬୯ ତମ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଫଳତା । 

ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି ।

????ଝାଡଖଣ୍ଡସ୍ଥିତ ରାଞ୍ଚି

????ପଶ୍ଚିମବଙ୍ଗସ୍ଥିତ କଲିକତା

????ରାଜସ୍ଥାନର ପଟେଲ୍ ଷ୍ଟାଡ଼ିୟମଠାରେ ସାଇକେଲିଂ, ଜିମ୍ନାଷ୍ଟିକ୍ ଓ ଖୋ-ଖୋ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଏହି ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । 

ରାଞ୍ଚିଠାରେ ସାଇକେଲିଂ ୧୪ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲା ବାରିକପୁର ଉଚ୍ଚ ବିଦ୍ୟାଳୟର ସସ୍ମିତା ପଣ୍ଡା ୬ କିମି ଟାଇମ୍ ଟ୍ରେଲ୍ ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୫୦୦ ମିଟର ଟ୍ରାକ୍ ରେ ବ୍ରୋଞ୍ଜ ପଦକ ଜିତିଛନ୍ତି । 

ସେହିପରି କୋଲକାତାରେ ଆୟୋଜିତ ଜିମ୍ନାଷ୍ଟିକ୍ ୧୭ ବର୍ଷରୁ କମ୍ ବାଳକ-ବାଳିକା ପ୍ରତିଯୋଗିତାରେ ପୁରୀ ଜିଲ୍ଲା ସ୍କୁଲର ଅଂଶୁମାନ ସୁନ୍ଦରା ଓ ଦାନ ଲକ୍ଷ୍ମୀ ରାଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 

ଏଥିସହ ରାଜସ୍ଥାନରେ ଆୟୋଜିତ ଖୋ-ଖୋ ୧୪ ବର୍ଷରୁ କମ୍ ବାଳକ-ବାଳିକା ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲରେ ଉପବିଜେତା ହୋଇଛି ।   

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ରାଞ୍ଚିରେ ୧୬ ଜଣ, କୋଲକାତାରେ ୧୪ ଜଣ, ଖୋ-ଖୋରେ ୨୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।