ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି ।
ଭୁବନେଶ୍ବର : ବିଜୁ ଜନତା ଦଳର ସଭାପତି ନବୀନ
ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି । ଯୁବ ବିଜେଡିର ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୬୦ଜଣ କର୍ମକର୍ତ୍ତା ଓ ଛାତ୍ର ବିଜେଡିର ୫ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୪୫ଜଣ କର୍ମକର୍ତ୍ତା ଘୋଷଣା କରାଯାଇଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଥିଲେ, ପ୍ରତିଷ୍ଠା ଦିବସରେ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସ୍ବର ଭାବେ କାର୍ଯ୍ୟକରିବ । ତଦନୁଯାୟୀ, ପ୍ରତିଷ୍ଠା ଦିବସ ପରେ ପରେ ୧୧ଟି ଜିଲ୍ଲା କମିଟି ଘୋଷଣା ସହ ଯୁବ ଓ ଛାତ୍ର ଶାଖାର ଏକ ସଶକୁ କମିଟି ଅନୁମୋଦନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳ ଓ ଜିଲ୍ଲାର ଦକ୍ଷ ଓ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି ।
ରାଜ୍ୟ ବିଜେପି ସରକାରଙ୍କ ଅବହେଳା ও ସମ୍ବେଦନହୀନ ଶାସନ ବିରୋଧରେ ପ୍ରତ୍ୟେକ ସ୍ବରରେ ବିଜୁ ଯୁବ ଜନତା ଦଳ ରାଜ୍ୟବାସୀଙ୍କ ସ୍ବର ହୋଇ ଦୃଢ ପ୍ରତିବାଦ କରିବ । ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଛି । ମହିଳା ବିରୋଧୀ ହିଂସା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଛାତ୍ର ସମାଜର ସ୍ବାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ସରକାର ଛାତ୍ରବୃତ୍ତ ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି ।
ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଓ ଦିଗ୍ଧର୍ଶନରେ, ଛାତ୍ର ବିଜୁ ଜନତା ଦଳର ଏହି ନୂଆ କର୍ମକର୍ତ୍ତାମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନ ବିରୋଧୀ କାର୍ଯ୍ୟ ଓ ବିଫଳତା ବିରୋଧରେ ସଶକୁ ଲଢେଇ ଜାରି ରଖୁବ । ସମସ୍ତ ଅଞ୍ଚଳକୁ ପ୍ରତିନିଧୂତ୍ବ କରୁଥିବା ଦକ୍ଷ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥବା ଛାତ ନେତାମାନେ ଏହି
କମିଟିରେ ସ୍ଥାନ ପାଇଛନ୍ତି । ତୃଣମୂଳସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କମିଟି ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ।