ନିଃସର୍ତ୍ତ ସମର୍ପଣରେ ହିଁ ପ୍ରେମ ପରିବର୍ତ୍ତିତ ହୋଇଥାଏ...
ପ୍ରେମର ପ୍ରକୃତ ପରିଚୟ ପ୍ରାପ୍ତିର ହିସାବରେ ନଥାଏ; ବରଂ ଆପଣଙ୍କ ପ୍ରେମ ଅନ୍ୟର ଆତ୍ମାରେ କେଉଁ ଚେତନା ଜାଗ୍ରତ କଲା, ସେଥିରୁ ହିଁ ସୁସ୍ପଷ୍ଟ ପ୍ରତିଫଳିତ ହୋଇଥାଏ।
ଯେଉଁଠି ଆଶା ଓ ଅପେକ୍ଷା ଥାଏ, ସେଠି ପ୍ରେମ କେବଳ ଏକ ନେଣ-ଦେଣର ବ୍ୟବସାୟ ପାଲଟିଯାଏ।
କିନ୍ତୁ ଯେଉଁଠି ନିଃଶର୍ତ୍ତ ସମର୍ପଣର ଭାବ ଥାଏ, ସେଠାରେ ପ୍ରେମ ଏକ ମହାନ ପରିବର୍ତ୍ତନର ରୂପ ନିଏ।
ଆପଣଙ୍କର ଆନ୍ତରିକ ସ୍ନେହ, ଶୁଭେଚ୍ଛା ଏବଂ ଆଦରପୂର୍ଣ୍ଣ ସ୍ୱୀକୃତି ଅନ୍ୟ ଆତ୍ମାକୁ ତା’ର ମୌଳିକ ଗୁଣଗୁଡ଼ିକ ସହିତ ପରିଚିତ କରାଇ ଦେଇଥାଏ।
ଏହି ନିଃସ୍ୱାର୍ଥ ପ୍ରେମ ହିଁ ମାଟିର ମଣିଷ ଭିତରେ ଦେବତ୍ୱ ଜାଗ୍ରତ କରେ।
ସବୁଠାରୁ ବଡ଼ ଉପହାର ଏହା ନୁହେଁ ଯେ ଅନ୍ୟମାନେ ଆପଣଙ୍କୁ ଭଲପାଆନ୍ତୁ; ବରଂ ସବୁଠାରୁ ଶ୍ରେଷ୍ଠ ଉପହାର ହେଉଛି— ଆପଣଙ୍କ ନିଃସ୍ୱାର୍ଥ ଭାବନା ମାଧ୍ୟମରେ ଅନ୍ୟଜଣେ ନିଜକୁ ଭଲପାଇବାର କଳା ଶିଖିଯାଉ।
ସେହି ଅନୁପମ ପ୍ରେମ ହିଁ ସମ୍ପୂର୍ଣ୍ଣ ଜୀବନକୁ ଦିବ୍ୟ କରିଦିଏ l