ପୂର୍ବତଟ ରେଳବାଇର ବିକାଶ ପ୍ରତି ଭାରତୀୟ ରେଳବାଇ ପ୍ରତିବଦ୍ଧ

Apr 6, 2026 - 08:31
 4
ପୂର୍ବତଟ ରେଳବାଇର ବିକାଶ ପ୍ରତି ଭାରତୀୟ ରେଳବାଇ ପ୍ରତିବଦ୍ଧ

ଭୁବନେଶ୍ଵର, ୦୫/୦୪/୨୦୨୬ : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି ତାହା ଉପରେ ସ୍ପଷ୍ଟିକରଣ ରଖୁଛି I ରେଳବାଇ ପକ୍ଷରୁ କୁହାଯାଇଛି ଯେ ପଲାସା-ଇଚ୍ଛାପୁରମ୍ ସେକ୍ସନ (୫୦ କିଲୋମିଟର) ରେ ୭ଟି ଷ୍ଟେସନ ଯଥା ପଲାସା, ସୁମାଦେବୀ, ମାଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ରହିଛି I ଏହି ସମସ୍ତ ଷ୍ଟେସନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ I ଏହି ଷ୍ଟେସନଗୁଡ଼ିକ ମଧ୍ୟରୁ କୌଣସିଟି ହେଲେ ଓଡ଼ିଶା ମଧ୍ଯରେ ଅବସ୍ଥିତ ନୁହେଁ I ଏହି ଷ୍ଟେସନଗୁଡ଼ିକ ଛୋଟରୁ ମଧ୍ୟମ ଆକାରର ଷ୍ଟେସନ ଯାହା ମୁଖ୍ୟତଃ ଯାତ୍ରୀ ପରିଚାଳନା କରିଥାଏ I ଏଥ୍ ମଧ୍ୟରୁ କୌଣସିଟି ଏକ ପ୍ରମୁଖ ମାଲ ପରିବହନ ଷ୍ଟେସନ ନୁହେଁ I ତେଣୁ, ପୂର୍ବତଟ ରେଳବାଇର ରାଜସ୍ବ ପ୍ରଭାବିତ ହେବାର ସମ୍ଭାବନା ନାହିଁ ।

ଷ୍ଟେସନଗୁଡ଼ିକ ଯେଉଁ ଜୋନ୍ ଅଧାନରେ ଆସିଲେ ବି ସେହିସବୁ ଷ୍ଟେସନରେ ମାଲ ପରିବହନ ନିରବଚ୍ଛିନ୍ନ ଭାବରେ ଜାରି ରହିବ । ସମସ୍ତ ସୀମାରେଖା ମଧ୍ୟରେ ରେଳ ଚଳାଚଳ ନିରବଚ୍ଛିନ୍ନ ଜାରି ରହିବ । ରେଳ ସେବାରେ କୌଣସି ବ୍ୟାଘାତ ଉପୁଜିବ ନାହିଁ। ପଲାସା-ଭୁବନେଶ୍ବର, ପଲାସା-କଟକ ଏବଂ ଇଚ୍ଛାପୁରମ-କଟକ ମେମୁ / ଯାତ୍ରୀବାହୀ ସମସ୍ତ ବର୍ଭମାନ ଚଳାଚଳ କରୁଥିବା ଥ‌ିବା ସମସ୍ତ ସମସ୍ତ ଟ୍ରେନର କାର୍ଯ୍ୟସୂଚ ସୂଚୀ, ମାର୍ଗ କିମ୍ବା ଯାତ ପାତାୟତ କୌଣସି ସେବା ସ ସମେତ ପରିବର୍ତ୍ତନ ବିନ ବିନା ଜାରି ରହିବ ।

ବିଶାହ ଶାଖାପାଟନମ୍ ଡିଭିଜନରେ ଯାତ୍ରୀ ସେବାଗୁଡ଼ିକ ଡ଼ିକର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏହା ଏକ ବୈଷୟିକ ସଂଶୋଧନ ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ତଟ ରେଳ ଳବାଇ ମ ମଧ୍ଯରେ କର୍ମଚାରୀ ନିୟୋଜନ ସମେତ ସ୍ଥାନାନ୍ତରଣର ପଦ୍ଧତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସମସ୍ତ ରେଳ କର୍ମଚାରୀଙ୍କ ସ୍ବାର୍ଥ ଏବଂ ସେବା Iର୍ଭାବଳୀ ନିୟମ ଅନୁଯାୟୀ ସମ୍ପୂର୍ଣ ସୁରକ୍ଷିତ ରହିବ ।

ଓଡ଼ିଶା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅତୁଟ ରହିଛି। ଓଡ଼ିଶାରେ ରେଳ ନେଟୱାର୍କ ସମ୍ପ୍ରସାରଣ, ଷ୍ଟେସନ ଆଧୁନିକୀକରଣ, ବନ୍ଦେ ଭାରତ ସେବା ଏବଂ ପୂର୍ବତଟ ରେଳବାଇ ଅଧୀନରେ ନବଗଠିତ ରାୟଗଡା ଡିଭିଜନ ଆଦିରେ ରେକର୍ଡ ପୁଞ୍ଜି ବ୍ୟୟ ଏହି ପ୍ରତିବଦ୍ଧତାକୁ ଦର୍ଶାଉଛି ।