ICAI - 2025 ର ପରୀକ୍ଷା ଫଳ ପ୍ରକାଶିତ... -

Nov 4, 2025 - 12:27
Nov 4, 2025 - 12:30
 7
ICAI - 2025 ର ପରୀକ୍ଷା ଫଳ ପ୍ରକାଶିତ... -

ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଡସ

ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଡିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହୋଇଛି ।

ପରୀକ୍ଷାର୍ଥୀ ଅଧୂକାରୀକ ୱେବସାଇଟରେ ସେମାନଙ୍କ ସ୍କୋର କାର୍ଡ ଦେଖ୍ ପାରିବେ ।

ପରୀକ୍ଷା ଫଳ ଦେଖ‌ିବା ପାଇଁ ପରୀକ୍ଷାର୍ଥୀ ତାଙ୍କ ୬ ଅଙ୍କର ରୋଲ ନମ୍ବର ଦେଇ ଫଳାଫଳ ଜାଣି ପାରିବେ ।

ଏହାପରେ ନିଜର ଫଳାଫଳ ଡାଉନଲୋଡ କରିବା ପରେ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଚଳିତବର୍ଷ ସାରା ଦେଶରେ ୨.୫ଲକ୍ଷରୁ ଅଧୂକ ଛାତ୍ରଛାତ୍ରୀ ସିଏ ଫାଉଣ୍ଡେସନ, ଇଣ୍ଟରମିଡିଏଟ ଓ ଫାଇନାଲ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୧,୪୬୬ ଜଣ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଗ୍ରୁପ-୧ରେ ଉତୀର୍ଣ୍ନ ହାର ୨୪.୬୬% ହୋଇଥିବା ବେଳେ ଗ୍ରୁପ-୨ରେ ୨୫.୨୬ ଓ ଉଭୟ ଗ୍ରୁପରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତିଶତ ୧୬.୨୩% ରହିଛି । ଏଥିରେ ମୁକୁନ୍ଦ ଅଗ୍ରିୱାଲ ଟପ୍ପର ହୋଇଛନ୍ତି । ତେଜସ ମୁନ୍ଦାଦା ଦ୍ବିତୀୟ ଏବଂ କବୁଲ ଗୁମ୍ଫା ୩ୟ ସ୍ଥାନ ଅଧୂକାର କରିଛନ୍ତି ।