ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ଅନୁଷ୍ଠିତ

Feb 25, 2026 - 21:08
 13
ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ବର, ତା-୨୫.୦୨.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ (ପିଏମଏଫଏମଇ) ଯୋଜନା" ର କାର୍ଯ୍ୟକାରିତା ସଂପର୍କିତ ରାଜ ରାଜ୍ୟସ୍ତରୀୟ ଅନୁ ଅନୁମୋଦନ କମିଟି ବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ରେ ଖାଦ୍ୟ । ପ୍ରକ୍ରିୟାକରଣ କ୍ଷେତ୍ରକୁ ଅଧୂକ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାରଙ୍କ ପିଏମଏଫଏମଇ ଯୋଜନାର କାର୍ଯ୍ୟକାରିତା ଅ ଅବଧୂକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନା ମୂଳତଃ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେ ବେଳେ ଏବେ ଏହାକୁ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଛି, ଯାହାଦ୍ବାରା ରାଜ୍ୟର ଅଧୂକ ସଂଖ୍ୟକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ଗୀ ଉପକୃତ ହୋଇପାରିବେ ।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଚ ଦ୍ଯାଗଗୁଡ଼ିକୁ ଆନୁଷ୍ଠାନିକୀକରଣ କରି ସେମାନଙ୍କୁ ସଂଗଠିତ କ୍ଷେତ୍ରରେ ସାମିଲ କରିବା । ଏଥିପାଇଁ ଉଦ୍ୟୋଗୀମାନଙ୍କୁ କ୍ରେଡି କ୍ରେଡିଟ୍ ଲିଡ ସବସିଡି ପ୍ରଦାନ କରାଯିବା ସହୁ ଏଫଏସଏସଏଆଇ ଲାଇସେନ୍ତୁ, ଉଦ୍ୟମ ପଞ୍ଜୀକରଣ ଏବଂ ଜି.ଏସ. ସ.ଟି ପଞ୍ଜିକର କରଣ କ୍ଷେତ୍ରରେ ବୈଷୟିକ ସହାୟତା ଓ ଆନୁଷଙ୍ଗିକ ସବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଅଂଶଧନ ୬୦:୪୦ ଅନୁପାତରେ ରହିଛି, ଯେଉଁଥ୍ରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଜାତୀୟସ୍ତରରେ ଏବଂ ରାଜ୍ୟ ରାଜ୍ୟ ସ୍ତରରେ ଏମଏସଏମଇ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟକାରୀ କରୁଛନ୍ତି ।

ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀ ଗୀଙ୍କ ବ୍ୟକ୍ତିଗତ ୟୁନିଟ୍ ସ୍ଥାପନ ସହ ସାମୁହିକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ৩০° ମାର୍କେଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଯୋଜନାର ଅବଧୂ ବୃଦ୍ଧି ହେବା ଫଳରେ ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ନିଜର ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ, ପ୍ୟାକେଜିଂ ଓ ବଜାର ସୁବିଧା ଉନ୍ନତ କରିବା ପାଇଁ ସୁଯୋଗ ପ୍ରଦାନ କରିବ ।ଏହି ଯୋଜନା ଅଧୀନରେ ହିତାଧୁକାରୀମାନଙ୍କ ପାଇଁ ବହୁବିଧ ଆର୍ଥକ ଏବଂ ବୈଷୟିକ କ ସୁବିଧା ସୁଯୋଗ ରହିଛି । ବ୍ୟକ୍ତିଗତ ଉଦ୍ୟୋଗୀମାନଙ୍କୁ ନୂତନ ୟୁନିଟ୍ ସ୍ଥାପନ କିମ୍ବା ପୁରୁଣା ୟୁନିଟ୍‌ର ଆଧୁନିକିକରଣ ପାଇଁ ୩୫% ହାରରେ କ୍ରେଡିଟ୍ ଲିଡ ସବସିଡି

ପ୍ରଦାନ କରାଯାଉଛି, ଯାହାର ସର୍ବାଧ‌ିକ ସୀମା ୧୦ ଲକ୍ଷ ଟଙ୍କା ରହିଛି। ସେହିପରି ସ୍ବୟଂ ସହାୟ ୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ଯାଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଏବଂ କ୍ଷୁଦ୍ର ଯନ୍ତ୍ରପାତି କିଣିବା ପାଇଁ ४०,००० ८ ଟଙ୍କା ପର୍ଯ୍ୟନୁପ୍ରାରମ୍ଭିକ ଧନରାଶି ପୁଞ୍ଜି ( ସିଡ୍ କ୍ୟାପିଟାଲ) ଏବଂ ସର୍ବାଧ‌ିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ସାଧାରଣ ଭିତ୍ତିଭୂମି ଯଥା- କୋଲ୍ଡ ଷ୍ଟୋରେଜ୍, ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲାବୋରେଟୋରୀ ସ୍ଥାପନ ପାଇଁ ୩୫% ପର୍ଯ୍ୟନ୍ତ ଅନୁଦାନ ବ୍ୟ ବ୍ୟବସ୍ଥା ରହିଛି ହିଛି । ଏହି ସମସ୍ତ ସୁବିଧା ସହିତ ଉଦ୍ୟୋଗୀମାନଙ୍କୁ ମାର୍କେଟିଂ, ବ୍ରାଣ୍ଡିଂ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯାଉଛି, ପାଉଛି, ଯାହା ସେମାନଙ୍କୁ ପ୍ରତିଯୋଗିତାମୂଳକ ବଜାରରେ ନିଜର ସ୍ଥିତି ସୁଦୃଢ କରିବାରେ ସାହାଯ୍ୟ କରୁଛି ।

ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୩୧,୨୪୪ ଜଣ ସ୍ବୟଂସହାୟକ ଗୋଷ୍ଠୀ ହିତାଧୂକାରୀ ସହାୟତା ପାଇଥିବା ବେଳେ ୧୧,୫୧୭ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ୩୪୩୭ ଜଣ ହିତାଧୂକାରୀ କ୍ରେଡିଡ୍ ଆଧାରିତ ସବସିଡି ପାଇ ପାଇଛନ୍ତି । ଯୋଜନାର କାର୍ଯ୍ୟକାରିତାରେ ଜାତୀୟସ୍ତରରେ ବାର୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଉଲ୍ଲେଖନୀୟ ରହିଛି । ପ୍ରମୁଖ ଉଲ୍ଲେଖନୀୟ ପ୍ରଦର୍ଶନ ମଧ୍ୟରେ ଓୟୁଏଟି ସହଯୋଗରେ ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଏକ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଇନ୍‌କ୍ୟୁବେସନ ସେଣ୍ଟର ସ୍ଥାପିତ ହୋଇଛି ।ମୟୁରଭାଂଜର ଖୁଣ୍ଟା ବ୍ଲକରେ ଏକ ମିନିଟ୍ରାଇଫୁଡ୍ ଯୁନିଟ୍‌କୁ ସହାୟତା ଦିଆଯାଇଛି । ରାଜ୍ୟରେ ହାରାହାରି ଋଣ ଆକାରର ପରିମାଣ ୮.୨୫ ଲକ୍ଷ ଟଙ୍କା ରହିଛି, ଯାହା ଜାତୀୟ ହାର ୭.୫୦ ଲକ୍ଷ ଟଙ୍କାଠାରୁ ଅଧିକ । ସେହିପରି ଯୋଜନା ଅଧୀନରେ ପାଣ୍ଠି ବିନିଯୋଗ ହାର ମଧ୍ୟ ୯୪.୨୦% ରହିଛି, ଯାହା ରାଜ୍ୟରେ ଯୋଜନାର ସଫଳ ରୂପାୟନକୁ ଦର୍ଶାଉଛି ।

ମୁଖ୍ୟ ଶାସନ ସଚିବ ପିଏମଏଫଏମଇ ଯୋଜନାର ସଫଳ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ବ ଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ କିପରି ଏସଏଚଜିରୁ କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ ହୋଇପାରିବେ ଏବଂ ଯୁବକମାନେ ଯୁବଦ୍ୟୋଗୀ ହୋଇପାରିବେ, ସେଥ୍ ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମକୁ ସମ୍ମିଳିତ (କନ‌ଭରଜେନ୍ସ ମୋଡ)ରେ କାର୍ଯ୍ୟକାରୀ କରିବାକୁ ଏମଏସଏମଇ ବିଭାଗକୁ ଆବଶ୍ୟକ ସମନ୍ବୟ ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ, ମୃଣାଳିନୀ ଦର୍ଶୱାଲ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ,ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ଏବଂ ସଂପୂକୁ ବିଭିନ୍ନ ବିଭାଗର ବରିଷ୍ଠ ପଦାଧୂକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।