ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଖ ପ୍ରତିନିଧୂମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି ।
ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ତଥା ଅମୂଲ୍ୟ ‘ଜୋର ସାହିବ'ର ସୁରକ୍ଷା ଏବଂ ଉପଯୁକୁ ପ୍ରଦର୍ଶନ ସମ୍ପର୍କରେ ସୁପାରିସ ସହିତ ଶିଖ ପ୍ରତିନିଧୂମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଖ ପ୍ରତିନିଧୂମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି । । ଏମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିଁବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ଏବଂ ଅମୂଲ୍ଯ ‘ଜୋର ସାହିବ'ର ସୁରକ୍ଷା ଏବଂ ଉପଯୁକୁ ପ୍ରଦର୍ଶନ ସମ୍ପର୍କରେ ସେମାନଙ୍କର ସୁପାରିସ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପବିତ୍ର ସ୍ମୃତିଚିହ୍ନ ‘ଜୋର ସାହିବ' ଯେପରି ଗୌରବଶାଳୀ ଶିଖ ଇତିହାସର ଏକ ଅଂଶ, ଠିକ୍ ସେହିପରି ଏହା ଆମ ଦେଶର ସାଂସ୍କୃତିକ ଲୋକ ପରମ୍ପରାର ମଧ୍ୟ ଏକ ଅଂଶବିଶେଷ।
“ପବିତ୍ର ସ୍ମୃତିଚିହ୍ନ ଭବିଷ୍ୟତ ପିଢ଼ିକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଦ୍ବାରା ପ୍ରଦର୍ଶିତ ସାହସ, ଧର୍ମ, ନ୍ୟାୟ ଏବଂ ସାମାଜିକ ସଦ୍ଭାବର ପଥ ଅନୁସରଣ କରିବାକୁ ପ୍ରେରଣା ଦେବ', ଶ୍ରୀ ମୋଦୀ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଗୋଟିଏ ପୋଷ୍ଟ ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି:
“ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ଏବଂ ଅମୂଲ୍ୟ 'ଜୋର ସାହିବ"ର ସୁରକ୍ଷା ଏବଂ ଉପଯୁକ୍ତ ପ୍ରଦର୍ଶନ ସମ୍ପର୍କରେ ସେମାନଙ୍କର ସୁପାରିସ ପ୍ରଦାନ କରିଥିବା ଶିଖ ପ୍ରତିନିଧୂମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ପାଇ ମୁଁ ବହୁତ ଖୁସି।
‘ଜୋର ସାହିବ' ପରି ପବିତ୍ର ସ୍ମୃତିଚିହ୍ନ ଯେପରି ଗୌରବଶାଳୀ ଶିଖ ଇତିହାସର ଏକ ଅଂଶ, ଠିକ୍ ସେହିପରି ଏହା ଆମ ଦେଶର ସାଂସ୍କୃତିକ ଲୋକ ପରମ୍ପରାର ମଧ୍ୟ ଏକ ଅଂଶବିଶେଷ।
ପବିତ୍ର ସ୍ମୃତିଚିହ୍ନ ଭବିଷ୍ୟତ ପିଢ଼ିକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଦ୍ବାରା ପ୍ରଦର୍ଶିତ ସାହସ, ଧର୍ମ, ନ୍ୟାୟ ଏବଂ ସାମାଜିକ ସଭାବର ପଥ ଅନୁସରଣ କରିବାକୁ ପ୍ରେରଣା ଦେବ।”