'ବାହାନା' ର ବଶବର୍ତ୍ତୀ ନ ହୋଇ ତାର ମାଲିକ ହେବା ଦରକାର...
ବାହାନା ପରିସ୍ଥିତିକୁ ବଳୀୟାନ କରେ, କିନ୍ତୁ ସଚ୍ଚା ପୁରୁଷାର୍ଥ ଆତ୍ମାକୁ ସମର୍ଥ ଏବଂ ଶକ୍ତିଶାଳୀ କରିଥାଏ...।
ଯେତେବେଳେ ଆତ୍ମା ନିଜର ସ୍ୱରୂପ ଆଉ ଶକ୍ତିକୁ ଚିହ୍ନିନିଏ, ସେତେବେଳେ ପରିସ୍ଥିତିକୁ ଦୋଷ ଦେବାର ମାନସିକତା ସଦାକାଳ ପାଇଁ ସମାପ୍ତ ହୋଇଯାଏ।
ସେ ଅନୁଭବ କରେ ଯେ ତା'ର ସବୁଠାରୁ ବଡ଼ ସାମର୍ଥ୍ୟ ହେଉଛି ତା'ର ସଙ୍କଳ୍ପ, ତା'ର ସଂସ୍କାର ଏବଂ ତା'ର ଶ୍ରେଷ୍ଠ କର୍ମ...।
ତେଣୁ, ବାହାନାର ଦାସ ନ ହୋଇ ନିଜର ମାଲିକ ହୁଅନ୍ତୁ।
ନିଜର ବିଚାର ଓ କର୍ମକୁ ଶକ୍ତିଶାଳୀ କରନ୍ତୁ, ପରିସ୍ଥିତି ନିଜେ ନିଜେ ଦୁର୍ବଳ ହୋଇ ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇଯିବ l