ବିଚ୍‌ ରାସ୍ତାରେ ନିଜକୁ କ୍ଷତାକ୍ତ କରି ଜୀବନ ହାରିବାକୁ କଲେ ଚେଷ୍ଟା କଲେ ଯୁବକ

କର୍ଣ୍ଣାଟକ : କର୍ଣ୍ଣାଟକର ଦାବଣଗେରେର ଶାମନୁର ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ବିଚ୍‌ ରାସ୍ତାରେ ନିଜକୁ କ୍ଷତାକ୍ତ କରି ଜୀବନ ହାରିବାକୁ କଲେ ଚେଷ୍ଟା । ସୂଚନା ଅନୁଯାୟୀ ,ଗତକାଲି ବିଚ୍‌ ରାସ୍ତାରେ ଚେତନ ନାମକ ବ୍ୟକ୍ତି ଏକ ଛୁରୀ ସାହାଯ୍ୟରେ ନିଜ ବେକ କାଟିବାକୁ ଚେଷ୍ଟା କଲେ। ଏହାଦେଖି ତୁରନ୍ତ କିଛି ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କଲେ। ମାତ୍ର ସେତେବେଳକୁ ତାଙ୍କ ବେକରେ ଆଘାତ ଲାଗି ଧାର ଧାର ରକ୍ତ ବୋହୁଥିଲା । ଡାକ୍ତର ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିବାକୁ ଯାଉଥିବା ବେଳେ ସେଠାରୁ ଫେରାର ହୋଇ ଯାଇଥିଲେ ଚେତନ। ସେଠାରେ ଥିବା ଲୋକେ ବି ତାଙ୍କ ପିଛା କରିଥିଲେ। ମାତ୍ର ତତ୍‌କ୍ଷଣାତ ଚେତନ ଜାତୀୟ ରାଜପଥ ଉପରେ ଛିଡ଼ା ହୋଇ ପ୍ରଥମେ ନିଜ ପେଟକୁ ଛୁରୀ ଭୁଶିବା ସହ ପରେ ନିଜ ବେକକୁ ପୁଣି ଥରେ କାଟିବାକୁ ଲାଗିଲେ। ସେଠାରୁ ଲୋକେ ତାଙ୍କୁ ଉଦ୍ଧାର କରି ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।ଚେତନ ମାନସିକ ରୂପେ ଅସୁସ୍ଥ ଥିବା ଜଣାଯାଇଛି। ତାଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଚେତନ ସବୁବେଳେ କିଛି ନ କହି ଘରୁ ପଳାଇଥାଏ। ଗତ କିଛି ଦିନ ହେବ ସେ ଘରୁ ପଳାଇ ଆସିଥିବା ବେଳେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶୁଣିବାକୁ ପାଉଛୁ ।

Mar 4, 2024 - 14:25
 3
ବିଚ୍‌ ରାସ୍ତାରେ ନିଜକୁ କ୍ଷତାକ୍ତ କରି ଜୀବନ ହାରିବାକୁ କଲେ ଚେଷ୍ଟା କଲେ ଯୁବକ