ବିଜେଡି ର ଅଧଃ ପତନ ଦେଖି 'ବିକଳ୍ପ ଓଡିଶା' ଉହିଁକି ମୁଣ୍ଡ ଟେକିବା ଆରମ୍ଭ କଲାଣି
କଂଗ୍ରେସର କ୍ରମବଦ୍ଧିଷ୍ଣୁ ଗ୍ରହଣୀୟତାରେ ପ୍ରଭାବିତ ହୋଇ ଦଳରେ ଯୋଗଦେବା ଧାରା ଅବ୍ୟାହତ ରହିଛି। ଶନିବାର ମଧ୍ୟାହ୍ନରେ ‘ବିକଳ୍ପ ଓଡିଶା' ସଭାପତି କୈଳାଶ ମିଶ୍ର କଂଗ୍ରେସରେ ଯୋଗଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ଏକ ସମାବେଶରେ ଶ୍ରୀ ମିଶ୍ର ଦୁଇଶହରୁ ଅଧୂକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି ଦଳରେ ମିଶିଛନ୍ତି।
ସମ୍ବଦ୍ଧନାର ଉତ୍ତରରେ ଶ୍ରୀ ମିଶ୍ର ସୂଚନା ଦେଇ କହିଥିଲେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏକ ଦାୟିତ୍ବବାନ ବିରୋଧୀ ଦଳର ଭୂମିକା ନିଭାଉଛି। ବିଜେପି ୧୨% ଭୋଟ ଚୋରି କରିଥିବା ସୃଷ୍ଟ ହୋଇଛି। ଅନ୍ୟ ପକ୍ଷରେ ବିଜେପି-ବିଜେଡି ମିଶି ଓଡିଶାର ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି। ଆଜି କେବଳ ରାଜ୍ୟ ଓ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି। ଆଗକୁ ବ୍ଲକ୍ ସ୍ତରରେ ‘ବିକଳ୍ପ ଓଡିଶା’ର ଲକ୍ଷାଧୂକ ଲୋକ କଂଗ୍ରେସର ଯୋଗଦେବେ।