ବିଧାନସଭା ମୈାସୁମୀ ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ ର ପ୍ରସ୍ତୁତି...

Sep 22, 2026 - 15:12
 10
ବିଧାନସଭା ମୈାସୁମୀ ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ ର ପ୍ରସ୍ତୁତି...

ରାଜ୍ୟବାସୀ ପାଖରେ ସଠିକ୍ ତଥ୍ୟ ରଖିବା ଆମର ଦାୟୀତ୍ୱ: ଡ.ମୁକେଶ ମହାଲିଙ୍ଗ

ବିରୋଧୀ ଦଳ ଯେଉଁ ଭ୍ରମାତ୍ମକ ଚିନ୍ତାଧାରା ଲୋକଙ୍କ ମନରେ ସୃଷ୍ଟି କରୁଛି, ଆମେ ସଂପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ସହ ଗୃହରେ ଉପସ୍ଥାପନା କରିବୁ

ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଥିଲେ ଉପସ୍ଥିତ

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୈାସୁମୀ ଅଧିବେସନ । 

ଏହି ଅଧିବେସନ ଆସନ୍ତା କାଲିରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । 

ରାଜ୍ୟବାସୀଙ୍କ ପାଖରେ ସଠିକ ତଥ୍ୟ ରଖିବା ଆମର ଉତ୍ତରଦାୟୀତ୍ୱ । ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । 

ଅନ୍ୟପଟେ ବିରୋଧୀ ଦଳ ଯେଉଁ ଭ୍ରମାତ୍ମକ ଚିନ୍ତାଧାରା ଲୋକଙ୍କ ମନରେ ସୃଷ୍ଟି କରୁଛି, ଆମେ ସଂପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ସହ ଗୃହରେ ଉପସ୍ଥାପନା କରିବୁ ବୋଲି ମାନ୍ୟବର ସଂସଦୀୟ ବ୍ୟାପର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

ଆଜି ସଂଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ ସୁଚନା ଦେଇଛନ୍ତି ।