ବିଶ୍ବ ଡାକ ସମ୍ମିଳନୀରେ ଦୁଇଟି ପ୍ରମୁଖ ୟୁପିୟୁ ପରିଷଦ ପାଇଁ ଭାରତର ଦାବି ଘୋଷଣା : ସିନ୍ଧିଆ

Sep 9, 2025 - 18:13
 7
ବିଶ୍ବ ଡାକ ସମ୍ମିଳନୀରେ ଦୁଇଟି ପ୍ରମୁଖ ୟୁପିୟୁ ପରିଷଦ ପାଇଁ ଭାରତର ଦାବି ଘୋଷଣା : ସିନ୍ଧିଆ

କେନ୍ଦ୍ରୀୟ ଯୋଗାଯୋଗ ଓ ଉତ୍ତର-ପୂର୍ବ କ୍ଷେତ୍ରର ବିକାଶ ମନ୍ତ୍ରୀ, ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ, ଆଜି ଦୁବାଇରେ ଆୟୋଜିତ ୨୮ତମ ୟୁନିଭର୍ସାଲ୍ ପୋଷ୍ଟାଲ୍ କଂଗ୍ରେସରେ UPI-UPU ସମନ୍ଵୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଲକ୍ଷ-ଲକ୍ଷ ଲୋକଙ୍କ ମଧ୍ୟରେ ସୀମାପାର ଦେଣନେଣ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ।।

ଡାକ ବିଭାଗ (DoP), ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟ ଲିମିଟେଡ୍ (NIPL) ଏବଂ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ (UPU) ଦ୍ବାରା ବିକଶିତ ଏହି ପଦକ୍ଷେପ, ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI)କୁ UPU ଇଣ୍ଟରକନେକ୍ସନ୍ ପ୍ଲାଟଫର୍ମ (IP) ସହିତ ସଂଯୁକ୍ତ କରିବ । ଏହାଦ୍ବାରା ପୋଷ୍ଟାଲ୍ ନେଟୱାର୍କରେ UPI ର ପହଞ୍ଚ ଦ୍ରୁତ ଓ ସୁଲଭ ହେବ ।

ଏହା କେବଳ “ଏକ ପ୍ରଯୁକ୍ତିର ଆରମ୍ଭ ନୁହେଁ, ବରଂ ଏକ ସାମାଜିକ ଅନୁବନ୍ଧ," ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ସେ କହିଛନ୍ତି, "ଡାକ ନେଟୱାର୍କର ନିର୍ଭରତା ସହ UPI ର ଦ୍ରୁତଗତିର ମିଳିତ ଅର୍ଥ ହେଉଛି, ବିଦେଶରେ ଥ‌ିବା ପରିବାରଗୁଡ଼ିକ ଏବେ ଅଧୂକ ଶୀଘ୍ର, ଘ୍ର, ସୁରକ୍ଷିତ ଓ ଅତ୍ୟଳ୍ପ ଖର୍ଚ୍ଚରେ ଟଙ୍କା ପଠାଇପାରିବେ। ଏହା ପୁନର୍ଜୀବିତ କରେ ଯେ, ନାଗରିକମାନଙ୍କ ପାଇଁ ନିର୍ମିତ ସାର୍ବଜନୀନ ଭିତ୍ତିଭୂମିକୁ ମାନବତାର ଉତ୍ତମ ସେବା ପାଇଁ ସୀମାପାର ସଂଯୋଗ କରାଯାଇପାରିବ ।

ଏକ ଆଧୁନିକ, ସମାବେଶୀ ଡାକ କ୍ଷେତ୍ର ପାଇଁ ସେ ଚାରୋଟି କ୍ରିୟାରେ ସଂଲଗ୍ନ ଭାରତର ଦୃଷ୍ଟିକୋଣକୁ ଉଲ୍ଲେଖ କରିଛନ୍ତି। "ନିରବଚ୍ଛିନ୍ନ ଡାଟା-ଚାଳିତ ଲଜିଷ୍ଟିକ୍ସ ମାଧ୍ଯମରେ ସଂଯୋଗ କରିବା; ପ୍ରତ୍ୟେକ ପ୍ରବାସୀ ଏବଂ ଡିଜିଟାଲ୍ ଉଦ୍ୟୋଗକୁ ସୁଲଭ ଡିଜିଟାଲ୍ ଆର୍ଥିକ ସେବା ପ୍ରଦାନ କରି ଅନୁର୍ଭୁକ୍ତ କରିବା; AI, DigiPIN ଏବଂ ମେସିନ୍ ଶିକ୍ଷଣ ସହିତ ଆଧୁନିକୀକରଣ କରିବା; ଏବଂ UPU-ସମତ ବୈଷୟିକ ସେଲ୍ ସହିତ ଦକ୍ଷିଣ-ଦକ୍ଷିଣ ସ‌ହଭାଗୀତା ମାଧ୍ୟମରେ ସହଯୋଗ କରିବା।"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ଏବଂ ଏକ ବିକଶିତ ଭାରତ ପାଇଁ କାମ କରିବା ଅଧୀନରେ, ଭାରତୀୟ ଡାକ, ବ୍ୟାପକ ସମାବେଶର ଏକ ଶକ୍ତିଶାଳୀ ଉଦାହରଣ ଭାବରେ ଠିଆ ହୋଇଛି। ଏହାକୁ ଆଲୋକପାତ କରି ଶ୍ରୀ ସିନ୍ଧିଆ କହିଛନ୍ତି, "ଆଧାର, ଜନଧନ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଡସ୍ ବ୍ୟାଙ୍କ ସହିତ, ଆମେ ୫୬୦ ନିୟୁତରୁ ଅଧ‌ିକ ଆକାଉଣ୍ଡ ଖୋଲିଛୁ, ଯାହା ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ରହିଛି । ଭାରତୀୟ ଡାକ ଗତ ବର୍ଷ ୯୦୦ ନିୟୁତରୁ ଅଧୂକ ଚିଠି ଏବଂ ପାର୍ସଲ ପ୍ରଦାନ କରିଛି। ଏହା ହେଉଛି ବ୍ୟାପକ ସମାବେଶର ଭାବନା ଯାହାକୁ ଆମେ ବିଶ୍ବ ସ୍ତରରେ ପହଞ୍ଚାଇଛୁ।"

ଶ୍ରୀ ସିନ୍ଧିଆ ଇ-କମର୍ସ ଏବଂ ଡିଜିଟାଲ୍ ପେମେଣ୍ଡ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଯୁକ୍ତିବିଦ୍ୟାକୁ ନବସୃଜନରେ ପରିଣତ କରିବା ପାଇଁ ଏହି ପରିପ୍ରେକ୍ଷୀରେ ୧୦ ନିୟୁତ ଡଲାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 'ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସ' ର ମୂଳମନ୍ତ୍ରକୁ ଆଗକୁ ନେଇ ସେ ପୁନରାବୃତ୍ତି କରିଥିଲେ ଯେ, ଭାରତ କିପରି ସମ୍ବଳ, ବିଶେଷଜ୍ଞତା ଏବଂ ବନ୍ଧୁତା ସହିତ ପ୍ରସ୍ତୁତ ଅଛି।

ଶ୍ରୀ ସିନ୍ଧିଆ ମଧ୍ୟ ୟୁପିୟୁ(UPU)ର ପ୍ରଶାସନ ପରିଷଦ ଏବଂ ପୋଷ୍ଟାଲ୍ ଅପରେସନ୍ସ ପରିଷଦ ପାଇଁ ଭାରତର ପ୍ରାର୍ଥୀତ୍ବ ଘୋଷଣା କରିଥିଲେ । ବିଶ୍ବ ପୋଷ୍ଟାଲ୍ ସମ୍ପ୍ରଦାୟ ପାଇଁ ଏକ ସଂଯୁକ୍ତ, ଅନୁର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ଶ୍ରୀ ସିନ୍ଧିଆ ତାଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ।

ଶ୍ରୀ ସିନ୍ଧିଆ ଦୁବାଇରେ ୨୮ତମ ୟୁନିଭରସାଲ୍ ପୋଷ୍ଟାଲ୍ କଂଗ୍ରେସରେ ତାଙ୍କ ଭାଷଣ ଶେଷ କରି କହିଥିଲେ, "ଭାରତ ଆପଣଙ୍କ ପାଖକୁ ପ୍ରସ୍ତାବ ନେଇ ନୁହେଁ, ବରଂ ସହଭାଗୀତା ସହିତ ଆସିଛି। ଆମେ ସ୍ଥିରତାରେ ବିଶ୍ବାସ କରୁ, ବ୍ୟୟବହୁଳ ବିଭାଜନକୁ ଏଡାଇବା ପାଇଁ ଆନ୍ତଃପରିଚାଳନା ଯୋଗ୍ୟ ସମାଧାନକୁ ସକ୍ଷମ କରୁ, ଏବଂ ବିଶ୍ବାସରେ, ପେମେଣ୍ଟ, ପରିଚୟ, ଠିକଣା ଏବଂ ଲଜିଷ୍ଟିକ୍ସକୁ ସଂଯୋଗ କରୁ ଯାହା ବିଶ୍ବ ବାଣିଜ୍ୟ ପାଇଁ ସୁଗମ ହେବ।"