ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ବିତୀୟଙ୍କ ସମ୍ବୋଧନ

Dec 17, 2025 - 12:03
 5
ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ବିତୀୟଙ୍କ ସମ୍ବୋଧନ

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ବିତୀୟଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ବିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧୂତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ଵିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ବକୁ ସ୍ବୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ଵାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ବିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନୁର୍ଜାତୀୟ ସ୍ତରରେ ଏକ ଆର୍ଥକ କରିଡର ସୃଷ୍ଟି କରାଯାଇପାରିବ।

ଏହି ଫୋରମକୁ ଉଦ‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥୂଲେ ଯେ, ଭାରତ ଓ ଜୋର୍ଡାନ ମଧ୍ୟରେ ଏକ ଗତିଶୀ ତିଶୀଳ ସହଭାଗିତା ରହିଛି, ଯାହାକି ଏକ ଦୃଢ ସଭ୍ୟତାଗତ ବନ୍ଧନର ଭିତ୍ତ ଉପରେ ଆଧାରିତ । ସେ ରାଜା ଅବଦୁଲ୍ଲା ଦ୍ଵିତୀୟଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ତାଙ୍କ ନେତୃତ୍ୱରେ ଜୋର୍ଡାନ ବିଭିନ୍ନ ବଜାର ତଥା ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଥିବା ଏକ ସେତୁ ପାଲଟିଛି, ଯାହା ବାଣିଜ୍ୟ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜୋର୍ଡାନ ସହିତ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରି ୫ ବିଲିୟନ ଆମେରିକୀୟ ଡଲାର କରିବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ମୁଖ ଅର୍ଥନୀତି ଓ ଏହା ୩ୟ ବୃହତ୍ତମ ଅର୍ଥନୀତି ହେବା ଆଡକୁ ଅଗ୍ରସର ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୋର୍ଡାନ ଏବଂ ସା ସାରା ବିଶ୍ବରେ 'ଶୀଦାରମାନଙ୍କ ପାଇଁ ଭାରତ ବିପୁଳ ବ୍ୟବସାୟିକ ସୁଯୋଗ ପ୍ରଦାନ କରେ। ସେ ଜୋର୍ଡାନ କମ୍ପାନୀଗୁଡ଼ିକୁ ଭାରତ ସହିତ ଅଂଶୀଦାର ହେବାକୁ ଏବଂ ଏହାର ାର ୧୪୦ କୋଟି ବିଶାଳ ଗ୍ରାହକ ଥୂବା ବଜା ବଜାର, ଦୃଢ଼ ଉତ୍ପାଦନ ଭିତ୍ତ ଏବଂ ସ୍ଥାୟୀ, ସ୍ବଚ୍ଛ ତଥା ପୂର୍ବାନୁମାନଯୋଗ୍ୟ ନୀତି ବାତାବର ଚରଣର ସୁଯୋଗ ନେବାକୁ ଆମନ୍ତ୍ରଣ କରିଥୂଳେ ଧୂଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ଦଶ ବିଶ୍ବ ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ଅଂଶୀଦାର ହେବା ପାଇଁ ହାତ ମିଳାଇପା ଇପାରିବେ। ଭାରତୀୟ ଅର୍ଥନୀତିର ୮ ପ୍ରତିଶତରୁ ଅଧୂକ ଅଭିବୃଦ୍ଧି ହାର କଥା ଉଲ୍ଲେଖ ଲ୍ଲେଖ କରି ସେ ସେ କହିଥ୍ ଏହାର ଅଂଶୀଦାର ହେଉଛି ଉତ୍ପାଦକତା-ଭିତ୍ତୀକ ଶାସନ ଏବଂ ନବସୃଜନ-ଚାଳିତ ନୀତିର ଫଳାଫଳ। ହିଥିଲେ ଯେ ଏହା

ପ୍ରଧାନମନ୍ତ୍ରୀ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆଇଟି, ଫିନଟେକ୍, ସ୍ବାସ୍ଥ୍ୟ-ପ୍ରଯୁକ୍ତିବିଦ୍ୟା ଏବଂ କୃଷି-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହି କ୍ଷେତ୍ରରେ ହାତ ମିଳାଇବାକୁ ଉଭୟ ଦେଶର ଷ୍ଟାର୍ଟଅପ୍‌ଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ଯେ, ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ଭାରତର ଶକ୍ତି ଏବଂ ଜୋର୍ଡାନର ସୁବିଧାଜନକ ଭୌଗୋଳିକ ସ୍ଥିତି ପରସ୍ପରର ପରିପୂରକ ହୋଇପାରିବ ଏବଂ ଏହି କ୍ଷେତ୍ରଗୁଡ଼ିକରେ ପଶ୍ଚିମ ଏସିଆ ଏବଂ ଆଫ୍ରିକା ପାଇଁ ଜୋର୍ଡାନକୁ ଏକ ନିର୍ଭରଯୋଗ୍ୟ କେନ୍ଦ୍ର କରିପାରିବ। ସେ ସେ କୃଷି, କୃଷି କୋଫ୍ଟଚେନ, ଫୁଡପାର୍କ, ସାର, ଭିତ୍ତିଭୂମି, ଅଟୋମୋବାଇଲ୍, ସବୁଜ ଯାନବାହାନ ଏବଂ ଐତିହ୍ୟ ତଥା ସାଂସ୍କୃତିକ ପର୍ଯ୍ୟଟ ର୍ଯ୍ୟଟନ କ୍ଷେତ୍ରରେ ଉଭୟ ପକ୍ଷ ପାଇଁ ବ୍ୟବସାୟ ସୁଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତର ସବୁଜ ପଦକ୍ଷେପ ବିଷୟରେ କହି ପ୍ରଧାନମନ୍ତ୍ରୀ ନବୀକରଣୀୟ ଶକ୍ତି, ସବୁଜ ଆର୍ଥକ ସହାୟତା, ଡିସାଲିନେସନ୍ ଏବଂ ଜଳ ରିସାଇଲିଂ କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗକୁ ଅଧୂକ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।

ଏହି ଫୋରମରେ ଭିତ୍ତିଭୂମି, ସ୍ବାସ୍ଥ୍ୟ, ଔଷଧ ଏବଂ ଔଷଧ ଉତ୍ପାଦନ, ସାର, କୃଷି, ନବୀକରଣୀୟ ଶକ୍ତି, ବୟନ ବୟନଶିଳ୍ପ, ଲଜିଷ୍ଟିକ୍ସ, ଅଟୋମୋବାଇଲ୍, ଶକ୍ତି, ପ୍ରତିରକ୍ଷା ଏବଂ ଉତ୍ପାଦନ କ୍ଷେତ୍ରର ବ୍ୟବସାୟିକ ପ୍ରମୁଖମାନେ ଯୋଗ ଦେଇଥିଲେ। ଥୂଲେ। ଏହି ପ୍ରତିନିଧୂ ଦଳରେ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସର ପ୍ରତିନିଧୂମାନେ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ସରରେ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା ।