ଭୁଲେଖ ଡାଟାଵେସ' କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ସଚିବ ପାଢ଼ୀଙ୍କ ଜିଲ୍ଲାପାଳମାନଙ୍କୁ ନିର୍ଦେଶ...

Mar 8, 2026 - 20:37
 12
ଭୁଲେଖ ଡାଟାଵେସ' କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ସଚିବ ପାଢ଼ୀଙ୍କ ଜିଲ୍ଲାପାଳମାନଙ୍କୁ ନିର୍ଦେଶ...

'ଭୁଲେଖ ଡାଟାଵେସ' କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ସଚିବ ପାଢ଼ୀଙ୍କ ଜିଲ୍ଲାପାଳମାନଙ୍କୁ ନିର୍ଦେଶ...

ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ସଂଶୋଧନ ଆଇନରେ ଉଲ୍ଲିଖିତ ଅଧିକାର ଅନୁଯାୟୀ ରାଜସ୍ୱ ବିଭାଗ ଦ୍ଵାରା ସେଥିରେ ନିର୍ଦ୍ଦିଷ୍ଟ ଥିବା ଜଙ୍ଗଲ ଜମିର ଅନ୍ତିମ ନକ୍ସା ପ୍ରସ୍ତୁତ କରାଯିବ l 

ରାଜସ୍ୱ ଅଥବା ଜଙ୍ଗଲ ବିଭାଗର ଯେଉଁ ରେକର୍ଡ଼ରେ ସେହି ଜମି ରହିଛି, ସମ୍ପୃକ୍ତ କର୍ତ୍ତୃପକ୍ଷ ସେହି ରେକର୍ଡ଼ରେ ତାକୁ ସମ୍ମିଳିତ କରିବେ l 

ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି l 

ରାଜ୍ୟର ନିୟମର ପ୍ରାସଙ୍ଗିକତାକୁ ନେଇ ଦିଆଯାଇଥିବା ସମୟସୀମା କିମ୍ବା ତିନିମାସର ସମୟସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି l 

ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କୁ କ୍ଷେତ୍ର ଅଧିକାରୀଙ୍କ ଦ୍ଵାରା ସ୍ଵୀକୃତ ହୋଇଥିବା ଜଙ୍ଗଲ ଜମିର ପର୍ଯ୍ୟବେକ୍ଷଣ କରି, ବକେୟା ଥିବା ଜଙ୍ଗଲ ଜମି ସ୍ୱତ୍ତ୍ୱ ଗୁଡ଼ିକର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍)ସହ ‘ଭୂଲେଖ’ ଡାଟାବେସରେ ବକେୟା ଥିବା ପଟ୍ଟା ଓ ନକ୍ସା ସଂଶୋଧନ କାର୍ଯ୍ୟକୁ ୩୦ ଏପ୍ରିଲ୍ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l 

ଏହି ସମ୍ବନ୍ଧୀୟ ସମସ୍ତ ସଂଶୋଧିତ ସୂଚନା ସରକାରୀ ରେକର୍ଡ଼ରେ ତୁରନ୍ତ ସମ୍ମିଳିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l