ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରୟାଗରାଜ ରେ...
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ରକ୍ଷା ତ୍ରିବେଣୀ ସଙ୍ଗମ – ଯେଉଁଠାରେ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଏବଂ ସୈନିକର ମିଳନ ହୁଏ’ ବିଷୟବସ୍ତୁ ଉପରେ ଆଧାରିତ ଏକ ‘ନର୍ଥ ଟେକ୍ ସିମ୍ପୋଜିୟମ୍’ ଉଦଘାଟନ କରିବେ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କାର୍ଯ୍ୟକ୍ରମ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳର ପ୍ରଦର୍ଶନ ଓ ସମନ୍ୱୟ ପାଇଁ ଏକ ସକ୍ରିୟ ମଞ୍ଚ ଭାବେ କାର୍ଯ୍ୟ କରିବ,
ଏହା ସେନାର କାର୍ଯ୍ୟକ୍ଷେତ୍ରରେ ଆସୁଥିବା ଆହ୍ୱାନଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିବ।
ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏମଏସଏମଇ (MSME), ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସଂସ୍ଥା, ଷ୍ଟାର୍ଟ-ଅପ୍ ଏବଂ ସେନାରେ ଥିବା ଉଦ୍ଭାବକମାନେ ଅଂଶଗ୍ରହଣ କରିବେ।
ଏହି ସମ୍ମିଳନୀରେ ୨୮୦ରୁ ଅଧିକ କମ୍ପାନୀ ସେମାନଙ୍କର ଅତ୍ୟାଧୁନିକ ଉଦ୍ଭାବନ ଏବଂ ବୈଷୟିକ ଜ୍ଞାନକୌଶଳ ପ୍ରଦର୍ଶନ କରିବା ପାଇଁ ଷ୍ଟଲ୍ ସ୍ଥାପନ କରିବେ।
ଭାରତୀୟ ସେନାର ଉତ୍ତର କମାଣ୍ଡ, କେନ୍ଦ୍ରୀୟ କମାଣ୍ଡ ଏବଂ ‘ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରର୍ସ’ର ମିଳିତ ସହଯୋଗରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।