ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜିଅନ୍ତା ଜଳିଗଲେ କାର ଚାଳକ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିଲା ବେଳେ ହଠାତ୍‌ କାର୍‌ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ତାହା ଏକ କଲଭର୍ଟରେ ପିଟି ହୋଇ ଯାଇଥିଲା। ଏହାପରେ କାର୍‌ଟି ହୁତୁହୁତୁ ହୋଇ ଜଳିଥିବା ବେଳେ ତା’ ଭିତରେ ଥିବା ଚାଳକ ବି ଜୀବନ୍ତ ଜଳି ଯାଇଥିଲେ। ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାମ ଅତୁଲ ଓ ତାଙ୍କ ଘର ହରଦାରେ ବୋଲି ଜଣାଯାଇଛି। ଗତକାଲି ରାତି ପ୍ରାୟ ୯ଟା ପରେ ଏହି ଦୁର୍ଘଟଣା ଘଟିଛି। ଗତ ରାତିରେ ଅତୁଲ କାର୍‌ ଯୋଗେ ଦ୍ରୁତ ଗତିରେ ଯାଉଥିଲେ । କାର୍‌ଟି ମଗରଧା ଅଭିମୁଖେ ଯାଉଥିଲା। ମାତ୍ର ବୁନ୍ଦଡା ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ କଲଭର୍ଟରେ ପିଟି ହୋଇ ଯାଇଥିଲା। ଏହାପରେ ଆଖି ପିଛୁଳାକେ କାର୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିବା ବେଳେ ତା’ ଭିତରେ ଥିବା ଅତୁଲ ବାହାରି ପାରି ନ ଥିଲେ। ଫଳରେ କାର୍‌ ସହ ସିଏ ବି ଜଳି ଯାଇଥିଲେ।ରାତି ଅଧରେ ଦୁଇ ଚୋର ମାଗିଲେ ଦା’, ମାଡ଼ି ବସିଲେ ଗାଁ ଲୋକେ ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ଏହାପରେ କାର୍‌ର ନିଆଁକୁ ଲିଭାଯାଇଥିବା ବେଳେ ତା’ ଭିତରୁ ଅତୁଲଙ୍କ ମୃତଦେହକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜିଅନ୍ତା ଜଳିଗଲେ କାର ଚାଳକ