ମୋଦୀ ଙ୍କ ଜାପାନ ଗସ୍ତର ସଫଳତାରେ ଉଭୟ ରାଷ୍ଟ୍ରର ଜାରି ପ୍ରେସ ବିବୃତି
ମୋଦୀ ଙ୍କ ଜାପାନ ଗସ୍ତର ସଫଳତାରେ ଉଭୟ ରାଷ୍ଟ୍ରର ଜାରି ପ୍ରେସ ବିବୃତି
ଆଜି ଆମେ ଆମର ସ୍ବତନ୍ତ୍ର ରଣନୈତିକ ଏବଂ ବିଶ୍ବସ୍ତରୀୟ ସହଭାଗୀତାରେ, ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ପାଇଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛୁ। ଆମେ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛୁ। ଆମ ଦୃଷ୍ଟିକୋଣର କେନ୍ଦ୍ରରେ ରହିଛି ନିବେଶ, ନବସୃଜନ, ଆର୍ଥକ ସୁରକ୍ଷା, ପରିବେଶ, ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟ, ଗତିଶୀଳତା, ମାନବ ସମ୍ବଳ ଆଦାନପ୍ରଦାନ ଏବଂ ରାଷ୍ଟ୍ର - ପ୍ରାନ୍ତ ସହଭାଗୀତା। ଆମେ ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତରେ ଜାପାନ ପକ୍ଷରୁ ୧୦ ଟ୍ରିଲିୟନ ୟେନ ନିବେଶର ଲକ୍ଷ୍ୟ ରଖୁଛୁ। ଭାରତ ଏବଂ ଜାପା ପାନର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ-ଅପ୍ ସଂଯୋଗ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯିବ।
ଭାରତ - ଜାପାନ ବ୍ୟବସାୟ ମଞ୍ଚରେ, ମୁଁ ଜାପାନୀ କମ୍ପାନୀଗୁଡ଼ିକୁ କହିଥୁଲି, ମେକ ମକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ସ।
ବନ୍ଧୁଗଣ,
ଆମର ମିଳିତ କ୍ରେଡିଟ୍ ମେକାନିଜିମ୍ ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ। ଏହା ଦର୍ଶାଉଛି ଯେ ଆମର ସବୁଜ ସହଭାଗୀତା ଆମର ଆର୍ଥ ଥାର୍ଥକ ସହଭାଗୀତା ପରି ଦୃଢ଼। ଏହି ଦିଗରେ, ଆମେ ସ୍ଥାୟୀ ଇନ୍ଧନ ପଦକ୍ଷେପ ଏବଂ ବ୍ୟାଟେରୀ ଯୋଗାଣ ଶୃଙ୍ଖଳା ସହଭାଗୀ ଗୀତା ମଧ୍ଯ ଆରମ୍ଭ କରୁଛୁ ।
ଆମେ ଅର୍ଥନୈତିକ ସୁରକ୍ଷା ସହଯୋଗ ପଦକ୍ଷେପ ଆରମ୍ଭ କରୁଛୁ। ଏହା ଅଧୀନରେ, ଆମେ ଗୁରୁତ୍ଵପୂର୍ଣ୍ଣ ଏବଂ ରଣନୈତିକ କ୍ଷେତ୍ରରେ ଏକ ବ୍ୟାପକ ବ୍ୟାପକ ଆଭିମୁଖ୍ୟ ସହିତ ଆଗକୁ ବଢ଼ିବୁ।
ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଆମ ଉଭୟଙ୍କ ପାଇଁ ପ୍ରାଥମିକତ ମିକତା। ଏହି ପରିପ୍ରେକ୍ଷୀରେ, ଡିଜିଟାଲ୍ ସହଭାଗୀତା ୨.୦, ଏବଂ କୃତ୍ରମ ବୁଦ୍ଧିମତା ସହଯୋଗ ପଦକ୍ଷେପ ଗ୍ରହଣ କରାଯାଉଛି। ସେମିକଣ୍ଡକ୍ଟର ଏବଂ ବିରଳ ଭୂ-ଖଣିଜ ପଦାର୍ଥ ଆମର କାର୍ଯ୍ୟସୂଚୀର ଶୀର୍ଷରେ ରହିବ।
ଆମେ ବିଶ୍ବାସ କରୁଛୁ ଯେ, ଜାପାନୀ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ପ୍ରତିଭା ଏକ ବିଜୟୀ ସଂଯୋଗ ଅଟେ। ଆମେ ଉଚ୍ଚ-ଗତିସମ୍ପନ୍ନ ରେଳ ଉପରେ କାର୍ଯ୍ୟ କରୁଥିବା ବେଳେ, ଆମେ ପରବର୍ତ୍ତୀ ପିଢ଼ିର ଗତିଶୀଳ ସହଭାଗୀତା ଅଧୀନରେ ବନ୍ଦର, ବିମାନ ଚଳାଚଳ ଏବଂ ଜାହାଜ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ଯ ଦ୍ରୁତ ପ୍ରଗତି କରିବୁ।
ଚନ୍ଦ୍ରାୟନ - ୫ ମିଶନରେ ସହଯୋଗ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ହୋଇଥିବା ଚୁକ୍ତିକୁ ଆମେ ସ୍ବାଗତ କରୁଛୁ। ଆମର ସକ୍ରିୟ ଅଂଶଗ୍ରହଣ ପୃଥିବୀର ସୀମା ବାହାରକୁ ଏବଂ ମହାକାଶରେ ମଧ୍ୟ ମାନବତାର ପ୍ରଗତି ପାଇଁ ଏକ ପ୍ରତୀକ ହେବ!
ବନ୍ଧୁଗଣ,
ମାନବ ସମ୍ବଳ ବିନିମୟର କାର୍ଯ୍ୟ ଯୋଜନା ଅଧୀନରେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ପକ୍ଷର ୫ ଲକ୍ଷ ଲୋକଙ୍କ ଆଦାନପ୍ରଦାନକୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ। ଏଥିରେ, ୫୦,୦୦୦ କୁଶଳୀ ଭାରତୀୟ ଜାପାନର ଅର୍ଥନୀତିରେ ସକ୍ରିୟ ଭାବରେ ଯୋଗଦାନ ଦେବେ।
ଭାରତ ଏବଂ ଜାପାନର ଅଂଶଗ୍ରହଣ, କେବଳ ଦିଲ୍ଲୀ ଏବଂ ଟୋକିଓ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ବର୍ତ୍ତମାନ ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରାନ୍ତି ମଧ୍ୟରେ ସମ୍ପର୍କ ସଂସ୍ଥାଗତ ସହଯୋଗ ମାଧ୍ୟମରେ ଗଭୀର ହେବ। ଏହା ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା ଏବଂ ସାଂସ୍କୃତିକ
ବିନିମୟ ପାଇଁ ନୂତନ ଦ୍ବାର ଖୋଲିବ।
ବନ୍ଧୁଗଣ,
ଭାରତ ଏବଂ ଜାପାନ ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିୟମ-ଭିତ୍ତକ ଭାରତ -ପ୍ରଶାନୁ ମହାସାଗର ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ଆମେ ଆତଙ୍କବାଦ ଏବଂ ସାଇବର ସୁରକ୍ଷା ଉପରେ ସମାନ ଦୃଷ୍ଟିକୋଣ ରଖୁ। ଆମର ସମାନ ସ୍ବାର୍ଥ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ସହିତ ଜଡିତ। ଆମେ ପ୍ରତିରକ୍ଷା ଶିଳ୍ପ ଏବଂ ନବସୃଜନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତ ନେଇଛୁ।
ବନ୍ଧୁଗଣ,
ଭାରତ ଏବଂ ଜାପାନ ସହଭାଗୀତାର ଆଧାର ପାରସ୍ପରିକ ବିଶ୍ବାସ, ଆମର ଜାତୀୟ ପ୍ରାଥମିକତାକୁ ପ୍ରତିଫଳିତ କରେ, ଏବଂ ଆମର ସମାନ ମୂଲ୍ୟବୋଧ ଏବଂ ବିଶ୍ବାସ ଦ୍ବାରା ଆକୃତିପ୍ରାପ୍ତ।
ଏକାଠି, ଆମେ ଆମର ଲୋକଙ୍କ ଏବଂ ବିଶ୍ବର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ଏକ ସାଧାରଣ ସ୍ବପ୍ନ ବହନ କରୁ।
ମହାମହିମ,
ମୁଁ ପୁଣି ଥରେ ଆପଣଙ୍କ ବନ୍ଧୁତା ପାଇଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି। ଏବଂ ମୁଁ ଆପଣଙ୍କୁ ପରବର୍ତ୍ତୀ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବାକୁ ଆନ୍ତରିକ ଭାବରେ ନିମନ୍ତ୍ରଣ କରୁଛି।