ରାଇଜିଙ୍ଗ ଷ୍ଟାର ଏସିଆ କପ ପାଇଁ India A Team ଘୋଷଣା...

Nov 3, 2026 - 09:46
Nov 3, 2026 - 09:48
 6
ରାଇଜିଙ୍ଗ ଷ୍ଟାର ଏସିଆ କପ ପାଇଁ India A Team ଘୋଷଣା...

ନୂଆଦିଲ୍ଲୀ: ରାଇଜିଂ ଷ୍ଟାର୍ ଏସିଆ କପ୍ ପାଇଁ ବିସିସିଆଇ ୧୫ ଜଣିଆ ଇଣ୍ଡି-ଏ ଟିମ୍ ଘୋଷଣା କରିଛି। 

ତିଳକ ବର୍ମାଙ୍କୁ ଟିମ୍‌ର କ୍ୟାପ୍‌ଟେନ୍ ଏବଂ ରଜତ ପାଟିଦାରଙ୍କୁ ଭାଇସ୍ କ୍ୟାପ୍‌ଟେନ୍ କରାଯାଇଥିବା ବେଳେ ଏଥିରେ ବୈଭବ ସୂର୍ଯ୍ୟବଂଶୀ ଓ ରିଙ୍କୁ ସିଂହ ମଧ୍ୟ ସାମିଲ ଅଛନ୍ତି। ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ କତାରର ଦୋହାରେ ଖେଳାଯିବ। 

ଭାରତ ନିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ଖେଳିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ-ଏ’ ଏବଂ ୨୪ରେ ୟୁଏଇକୁ ଭେଟିବ। 

ଚଳିତ ଥର ଟୁର୍ଣ୍ଣାମେଣ୍ଟ୍ ୫୦ ଓଭର୍ ଫର୍ମାଟ୍‌ରେ ଖେଳାଯିବାକୁ ଥିବାବେଳେ ଏଥିରେ ମୋଟ ୮ ଟିମ୍ ଅଂଶଗ୍ରହଣ କରିବେ। ସମସ୍ତ ୮ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। 

ଗ୍ରୁପ୍‌-ଏ’ରେ ବାଂଲାଦେଶ-ଏ, ଶ୍ରୀଲଙ୍କା-ଏ, ଆଫଗାନିସ୍ତାନ- ଓ ହଂକଂ ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌-ବି’ରେ ଭାରତ-ଏ, ପାକିସ୍ତାନ-ଏ, ନେପାଳ ଓ ୟୁଏଇ ରହିଛନ୍ତି।

ପ୍ରତ୍ୟେକ ଟିମ୍ ଗ୍ରୁପ୍‌ର ବାକି ଟିମ୍ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ବିଜୟୀ ଟିମ୍‌କୁ ୨ ପଏଣ୍ଟ୍ ମିଳିବ। ଗ୍ରୁପ୍‌ର ଟପ୍‌-୨ ଟିମ୍ ସେମିଫାଇନାଲ୍‌ରେ ପହଞ୍ଚିବେ। 

ପ୍ରଥମ ସେମିଫାଇନାଲ୍ ଗ୍ରୁପ୍‌-ଏ’ର ନମ୍ବର-୧ ଟିମ୍ ଓ ଗ୍ରୁପ୍‌-ବି’ର ନମ୍ବର-୨ ଟିମ୍ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରୁପ୍‌-ବି’ର ପ୍ରଥମ ଟିମ୍ ଗ୍ରୁପ୍‌-ଏ’ର ଦ୍ୱିତୀୟ ଟିମ୍‌କୁ ଭେଟିବ।

ଗ୍ରୁପ୍ ଷ୍ଟେଜ୍ ପରେ ପ୍ରଥମ ସେମିଫାଇନାଲ୍ ନଭେମ୍ବର ୨୬ରେ ଓ ଦ୍ୱିତୀୟ ସେମିଫାଇନାଲ୍ ନଭେମ୍ବର ୨୭ ତାରିଖରେ ଖେଳାଯିବ। 

ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୯ ତାରିଖରେ ହେବ। ତିନିଟି ଯାକ ନକ୍‌ଆୁଟ୍ ମ୍ୟାଚ୍ ୱେଷ୍ଟ୍ ଏଣ୍ଡ୍ ପାର୍କ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ହେବ। 

ଗତ ବର୍ଷର ଟାଇଟଲ୍ ପାକିସ୍ତାନ-ଏ ଅର୍ଥାତ୍ ପାକିସ୍ତାନ ଶାହିନ୍ସ ଜିତିଥିଲା। 

ଟିମ୍ ଫାଇନାଲ୍‌ରେ ବାଂଲାଦେଶ-ଏ’କୁ ସୁପର୍ ଓଭର୍‌ରେ ହରାଇଥିଲା।

ଇଣ୍ଡିଆ-ଏ’ ଟିମ୍‌: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମ୍‌ରନ୍ ସିଂହ (ୱିକେଟ୍‌କିପର୍‌), ତିଳକ ବର୍ମା (କ୍ୟାପ୍‌ଟେନ୍‌), ରଜତ ପାଟିଦାର (ଭାଇସ୍ କ୍ୟାପ୍‌ଟେନ୍‌), ରିଙ୍କୁ ସିଂହ, କୁମାର କୁଶାଗ୍ର (ୱିକେଟ୍‌କିପର୍‌), ସୂର୍ଯ୍ୟାଂଶ ଶେଗଡେ, ଶାହବାଜ୍ ଅହମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିୟାନ୍‌, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅରଶଦ ଖାନ୍‌।