ରାସ୍ତା କଡରୁ ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପୁଡ଼ିପଡ଼ାରେ ଘଟିଛି ଅଭାବନୀୟ ଘଟଣା । ମୃତକଜଣକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହିର । ନିଜ କାମ ପାଇଁ ଜଗନ୍ନାଥ ସମ୍ପର୍କୀୟ ମାମୁଁ ଶଶୁର ଘର ଝୁପୁଡ଼ିପଡ଼ାସ୍ଥିତ ସତ୍ୟନାରାୟଣ ବାଗ ଘରକୁ ଯାଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ତାଙ୍କୁ ଘରେ ଖୋଜି ପାଇ ନ ଥିଲେ। ଏହାପରେ ବାହାରେ ଖୋଜାଖୋଜି କରିବା ପରେ ପାଖ ରାସ୍ତା କଡରେ ଜଗନ୍ନାଥ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ସତ୍ୟନାରାୟଣ ବାଗ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରବଳ ମାଡ଼ ଯୋଗୁ ଜଗନ୍ନାଥ ଙ୍କ ମୁଣ୍ଡ , ଦେହ ଓ ଶରୀରର ଅନ୍ୟାନ୍ୟ ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗତକାଲି ରାତିରେ କେହି ହତ୍ୟା କରି ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି lଖବର ପାଇ ହସ୍ପିଟାଲରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି l ଏନେଇ ପୁଲିସ୍‌ ତାଙ୍କ ମାମୁଁ ଶ୍ୱଶୁରଙ୍କୁ ପଚରାଉଚରା କରୁଛି।

ରାସ୍ତା କଡରୁ ମୃତ ଦେହ ଉଦ୍ଧାର