ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବଦଳୀ ନିୟମ ପରେ ଲାଗୁ ହେବାକୁ ଯାଉଛି ଶିକ୍ଷା ବିଭାଗର କର୍ମଚାରୀ ଓ ଅଧିକାରୀ ସମୂହ...
ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବଦଳି ପର୍ବ ଆରମ୍ଭ ହେବ ।
ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ ।
ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ ବଦଳି ହେବେ, ଆସନ୍ତା ବର୍ଷକୁ ବାକି ରହିଯାଇଥିବା ଅଣଶିକ୍ଷକଙ୍କୁ ବଦଳି କରାଯିବ ।
ସେହିପରି ନିଜ ଜିଲ୍ଲା କିମ୍ବା ବ୍ଲକରେ କାର୍ଯ୍ୟ କରିପାରିବେନି କୌଣସି ଅଧିକାରୀ । କାର୍ଯକାଳକୁ ଶେଷ ଦୁଇ ବର୍ଷ ବାକିଥିବା ଅଧିକାରୀଙ୍କୁ ବଦଳି କରାଯାଇପାରିବ ନାହିଁ ବୋଲି ନିର୍ଦେଶନାମା ରହିଛି |
ବିଭାଗ ପକ୍ଷରୁ କୁହାଯାଇଛି, ଗତ ଅଗଷ୍ଟ ମାସ ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଧିକାରୀଙ୍କ ବଦଳି ନେଇ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା । ଏଥିରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ ବଦଳି କରାଯିବ । ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେଇ ବଦଳି କରାଯିବ ବୋଲି ଜଣାପଡିଛି ।