ଶୋକସନ୍ତପ୍ତ ପରିବାରକୁ ଏସ୍‌ବିଆଇ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା...

Oct 2, 2026 - 09:58
 8
ଶୋକସନ୍ତପ୍ତ ପରିବାରକୁ ଏସ୍‌ବିଆଇ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା...

ପୋଲିସ ମୋଟର ଟ୍ରାନ୍ସପୋର୍ଟର ପୂର୍ବତନ କର୍ମଚାରୀ ସ୍ୱର୍ଗତ ଚିନ୍ମୟ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଲେଙ୍କାଙ୍କୁ ଏସ୍‌ବିଆଇର PSP ଆକାଉଣ୍ଟ ସୁବିଧା ଅନ୍ତର୍ଗତ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 

ସ୍ୱାମୀଙ୍କ ଅକାଳ ଦେହାନ୍ତ ପରେ ଶୋକସନ୍ତପ୍ତ ପରିବାରକୁ ସହାୟତା ସ୍ୱରୂପ ଏହି ରାଶି ପ୍ରଦାନ କରାଯାଇଛି।

କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏବଂ ଏସ୍‌ବିଆଇ କଟକ ରିଜିଅନର ରିଜିଓନାଲ ମ୍ୟାନେଜର ଚୌଧୁରୀ ଅଶ୍ମିନ ଅନୁପମ ପ୍ରହରାଜ ଶ୍ରୀମତୀ ଲେଙ୍କାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ।

ଏହି ଅବସରରେ କଟକ ମୋଟର ଟ୍ରାନ୍ସପୋର୍ଟର ପୋଲିସ ଏସ୍‌ପି ବାନାମ୍ବର ସେଠୀ, କଟକ ସହରାଞ୍ଚଳ ପୋଲିସ ସଂଘର ସମ୍ପାଦକ ପ୍ରମୋଦ କୁମାର ଜଗଦେବ, ସଭାପତି ବିଜନ କୁମାର ସାହୁ, ଏବଂ ଏସ୍‌ବିଆଇ ତୁଳସୀପୁର ଶାଖାର ଶାଖା ପରିଚାଳକ ଦୀପ୍ତି ସଙ୍ଗୀତା ଦାଶ ଉପସ୍ଥିତ ଥିଲେ।