ସଂଖ୍ୟାନୁଭିତିକ ସରଂକ୍ଷଣ କଣ? ଏହାର ପ୍ରାସଙ୍ଗିକତା ଉପରେ ଆଲୋଚନା ଚକ୍ର!

Jun 5, 2025 - 17:52
 5
ସଂଖ୍ୟାନୁଭିତିକ ସରଂକ୍ଷଣ କଣ? ଏହାର ପ୍ରାସଙ୍ଗିକତା ଉପରେ ଆଲୋଚନା ଚକ୍ର!

ଭୁବନେଶ୍ୱର,ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଫୁଲେ-ଆମ୍ବେଦକର- ବିର୍ସା ବିଚାରମଞ୍ଚ ଏବଂ ସାମାଜିକ ନ୍ୟାୟ ଅଭିଯାନ ଆନୁକୂଲ୍ୟରେ ଆୟୋଜିତ "ସଂଖ୍ୟାନୁପାତିକ ସଂରକ୍ଷଣ ଓ ସମ୍ବିଧାନର ନବମ ଅନୁସୂଚୀ ରେ ଅନ୍ତର୍ଭୁକ୍ତ" ଶୀର୍ଷକ   ଆଲୋଚନା ଚକ୍ରରେ ଅଂଶଗ୍ରହଣ ଅତିଥି ମାନେ ଏହି ବକ୍ତବ୍ୟ ରଖିଥିଲେ l 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସମ୍ବିଧାନରେ ଥିବା ସାମାଜିକ ନ୍ଯାୟ ପୃଷ୍ଠଭୂମିକୁ ଦର୍ଶାଇଥିଲେ। ଶ୍ରୀ ଜେନା କହିଥିଲେ ଯେ, ଇନ୍ଦ୍ରା ସାହାନୀ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ (୧୯୯୨ ମସିହାରେ) ସର୍ବାଧିକ ସଂରକ୍ଷଣ ସୀମାକୁ ୫୦% ନିର୍ଦ୍ଧାରଣ କରିଛନ୍ତି। ଏହି ନିୟମ କିଛି ବିଶେଷ ପରିସ୍ଥିତିରେ କୋହଳ ହୋଇପାରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ସେହି ରାୟରେ ଉଲ୍ଲେଖ କରିଛନ୍ତି। କିଛି ବିଶେଷ ପରିସ୍ଥିତିରେ ଏହି ସଂରକ୍ଷଣ ସୀମା ଉଚ୍ଛେଦ କରାଯାଇ ୫୦% ରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇପାରିବ। 

ଏହି ବିଶେଷ ପରିସ୍ଥିତିରେ ୫୦% ସୀମା ଉଚ୍ଛେଦ କରି ତାମିଲନାଡୁ ୬୯% ସଂରକ୍ଷଣ ଲାଗୁ କରିଛି। ଏହି ସ୍ବତନ୍ତ୍ର ନିୟମକୁ ୯ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ବିରୋଧରେ କୌଣସି ନ୍ୟାୟାଳୟ ଦ୍ବାରା ପ୍ରତିବନ୍ଧକ ଲାଗିପାରିବ ନାହିଁ।

୧. ସାମ୍ବିଧାନିକ ଏବଂ ନ୍ୟାୟିକ ପୃଷ୍ଠଭୂମି

ଧାରା ୧୬୪(୧) - ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ସ୍ବତନ୍ତ୍ର ମନ୍ତ୍ରୀ ନିଯୁକ୍ତି

ଧାରା ୧୬୪(୧) ଅନୁସାରେ, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ତଥା ବ୍ୟାପାର ପାଇଁ ସ୍ବତନ୍ତ୍ର ଭାବେ ଜଣେ ମନ୍ତ୍ରୀଙ୍କ ନିଯୁକ୍ତି ହେବ।

ଏହି ସାମ୍ବିଧାନିକ ବ୍ୟବସ୍ଥା ଦ୍ୱାରା ସାମାଜିକ ଅନ୍ୟାୟ ତଥା ଆର୍ଥିକ ଅସମାନତାର ସମ୍ମୁଖୀନ ହେଉଥିବା  ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ଉପରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇପାରିବେ।

ଇନ୍ଦ୍ରା ସାହାନୀ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ (୧୯୯୨ ମସିହାରେ) ସର୍ବାଧିକ ସଂରକ୍ଷଣ ସୀମାକୁ ୫୦% ନିର୍ଦ୍ଧାରଣ କରିଛନ୍ତି। ଏହି ନିୟମ କିଛି ବିଶେଷ ପରିସ୍ଥିତିରେ କୋହଳ ହୋଇପାରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ସେହି ରାୟରେ ଉଲ୍ଲେଖ କରିଛନ୍ତି। କିଛି ବିଶେଷ ପରିସ୍ଥିତିରେ ଏହି ସଂରକ୍ଷଣ ସୀମା ଉଚ୍ଛେଦ କରାଯାଇ ୫୦% ରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇପାରିବ। 

ଏହି ବିଶେଷ ପରିସ୍ଥିତିରେ ୫୦% ସୀମା ଉଚ୍ଛେଦ କରି ତାମିଲନାଡୁ ୬୯% ସଂରକ୍ଷଣ ଲାଗୁ କରିଛି। ଏହି ସ୍ବତନ୍ତ୍ର ନିୟମକୁ ୯ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ବିରୋଧରେ କୌଣସି ନ୍ୟାୟାଳୟ ଦ୍ବାରା ପ୍ରତିବନ୍ଧକ ଲାଗିପାରିବ ନାହିଁ।

କେନ୍ଦ୍ର ସରକାର ବିନା ବଜେଟ ଏବଂ ସମୟ ସୀମାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାର ନିର୍ବାଚନକୁ ଆଖିରେ ରଖି ମୋଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମେ କୁହୁଡି଼ ନ ପହଁରି ଏଥିପ୍ରତି ସଚେତନ ରହିବା ଏବଂ ଆଗାମୀ ଦିନରେ ସାମାଜିକ ନ୍ଯାୟ ଆନ୍ଦୋଳନକୁ ତୃଣମୂଳ ସ୍ତରକୁ ନେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ୱାନ ଦେଇଥିଲେ।

ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ କୁମାର ହରିଚନ୍ଦନ ଓଆରଭି ଆକ୍ଟକୁ ୯ମ ଅନୁସୂଚୀରେ ଅର୍ନ୍ତଭୁକ୍ତ କରିବାକୁ ପ୍ରସ୍ତାବ ରଖିଥିଲେ।
 
୯ମ ଅନୁସୂଚୀ କ’ଣ?

୧୯୫୧ ମସିହାରେ ପ୍ରଥମ ସମ୍ବିଧାନ ସଂଶୋଧନ ଦ୍ୱାରା ପ୍ରଚଳିତ ୯ମ ଅନୁସୂଚୀକୁ ଅର୍ନ୍ତଭୁକ୍ତ କରାଯାଇଥିଲା। ଭୂମି ସଂସ୍କାର ଏବଂ ସାମାଜିକ-ଅର୍ଥନୈତିକ ଆଇନଗୁଡ଼ିକୁ ନ୍ୟାୟିକ ପ୍ରତିବନ୍ଧକ ବା ସମୀକ୍ଷାରୁ ରକ୍ଷା କରିବା ପାଇଁ ଏହି ଆଇନ ଗଠନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ସଂରକ୍ଷଣ ଭଳି ସାମାଜିକ ନୀତିଗୁଡ଼ିକୁ ସୁରକ୍ଷା ଦେଇ ଆସୁଛି। ଫଳସ୍ବରୂପ ତାମିଲନାଡ଼ୁ ସଂରକ୍ଷକ୍ଷ ଉପରେ ନ୍ୟାୟିକ ପ୍ରତିବନ୍ଧକ ୫୦% ସୀମା ଧାର୍ଯ୍ୟ ସତ୍ତ୍ୱେ ୬୯% ସଂରକ୍ଷଣ ନୀତିକୁ ଲାଗୁ କରିଛି।

୨. ବର୍ତ୍ତମାନର ସଂରକ୍ଷଣ ସ୍ଥିତି ଏହାର ପ୍ରଭାବ ଏବଂ ନ୍ୟାୟିକ ଆହ୍ୱାନ :

ବର୍ଗ                     ଜନସଂଖ୍ୟା (%)          ଚାକିରୀରେ ସଂରକ୍ଷଣ (%)                 ବୈଷୟିକ ଶିକ୍ଷାରେ ସଂରକ୍ଷଣ (%)

ଅନୁସୂଚିତ ଜାତି, ଜନଜାତି  ୪୦ %                ୩୮.୭୫ %                                                ୨୦ %
ପଛୁଆ ବର୍ଗ/ SEBC          ୫୪%                 ୧୧.୨୫ %                                                ୦% (ଶୂନ)
ସାଧାରଣ                         ୬ %                     ୧୦ % (EWS)                                     ୧୦ %(EWS)

ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ନୀତି ଯୋଗୁଁ ରାଜ୍ୟରେ ୭,୦୦୦ ପଛୁଆ ବର୍ଗ ଓ ୫୦୦୦ ଅନୁସୂଚିତ ଜାତି-ଜନଜାତି,  ଛାତ୍ରଛାତ୍ରୀ ଡାକ୍ତର ହେବାର ସୁଯୋଗ ହରାଇଛନ୍ତି ଏବଂ ୫୦୦୦୦  ପଛୁଆବର୍ଗ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ହରାଇଛନ୍ତି।

୧୯୯୪ ମସିହାରେ ଓଡ଼ିଶାରେ ଓବିସି /ଏସଇବିସି ମାନଙ୍କ ପାଇଁ ୨୭% ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ୨୦୦୭  ମସିହାରେ ଏକ ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ ହାଇକୋର୍ଟ ୨୭% ସଂରକ୍ଷଣକୁ ବାତିଲ କରିଥିଲେ। ସେବେଠାରୁ ପଛୁଆ ବର୍ଗଙ୍କୁ କେବଳ ନିଯୁକ୍ତିରେ ମାତ୍ର ୧୧ .୨୫% ସଂରକ୍ଷଣ ଦିଆଯାଉଛି। ମାନ୍ୟବର ସୁପ୍ରିମକୋର୍ଟରେ ଏହାକୁ ସ୍ପେଶାଲ ଲିଭ ପିଟିସନ (SLP) ଏବେ ବି ବିଚାରଧୀନ ଅଛି।

୩ . ଓଡ଼ିଶାରେ ବିଶେଷ ପରିସ୍ଥିତି:

ଓଡ଼ିଶାର ୪୦% ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ଜାତୀୟ ହାରଠାରୁ ୧୫% ଅଧିକ। ଯାହା ଏକ ସ୍ୱତନ୍ତ୍ର  ପରିସ୍ଥିତି। ଦୀର୍ଘ ଦଶନ୍ଧି-ଦଶନ୍ଧି ଧରି ଓଡ଼ିଶାରେ ଓବିସି /ଏସଇବିସି ସମ୍ପ୍ରଦାୟକୁ ସଂରକ୍ଷଣରୁ ବାଦ ଦିଆଯାଇଛି। ଏହା ସହିତ ଓଡ଼ିଶାର ସଂଖ୍ୟାଧିକ ଅନୁସୂଚିତ ଜନଜାତି ଏବଂ ସେମାନଙ୍କ ଅବହେଳିତ ଅବସ୍ଥା ଓଡ଼ିଶାକୁ ଏକ ବିଶେଷ ପରିସ୍ଥିତିର ରାଜ୍ୟ ଭାବେ ଗଣିତ କରୁଛି। ଯାହା ସମ୍ବିଧାନର ଧାରା ୧୬୪ (୧)ରେ ସ୍ପଷ୍ଟ ସ୍ୱୀକାର କରାଯାଇଛି। ଏହି ବିଶେଷ ପରିପ୍ରେକ୍ଷୀରେ ଓଡ଼ିଶାରେ ୫୦% ସଂରକ୍ଷଣ ସୀମା ବୃଦ୍ଧି ହୋଇପାରିବ।

୪. କାହିଁକି ଓଡ଼ିଶା ସଂଖ୍ୟାନୁପାତିକ ସଂରକ୍ଷଣ ଏବଂ ୯ମ ଅନୁସୂଚୀରେ ସୁରକ୍ଷା ପାଇବାକୁ ଯୋଗ୍ୟ?

ଓଡ଼ିଶାରେ ସମୁଦାୟ ଜନସଂଖ୍ୟାରେ ୯୪% ଏସସି ,ଏସଟି ଏବଂ ଓବିସି ଅଛନ୍ତି । ତା' ସତ୍ତ୍ୱେ  ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ଏହି ସମ୍ପ୍ରଦାୟଗୁଡ଼ିକୁ ଉପଯୁକ୍ତ ଭାବରେ ପ୍ରତିନିଧିତ୍ୱ କରିବାର ସଂଖ୍ୟା ଢ଼େର୍ ପଛରେ ରହିଛି। ଐତିହାସିକ ଅବହେଳା ଏବଂ ନିରନ୍ତର ସାମାଜିକ-ଆର୍ଥିକ ଅବହେଳାର ଶିକାର ହେବା ସେମାନଙ୍କର ପରିସ୍ଥିତିକୁ ଆହୁରି ଜଟିଳ କରିଛି।

ସମ୍ବିଧାନର ଧାରା ୧୬୪(୧) ଅନୁସାରେ  ଓଡ଼ିଶାରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ଦୟନୀୟ ଅବସ୍ଥା ଏବଂ ଅସମାନତାକୁ  ସ୍ୱୀକାର କରି ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଂଖ୍ୟାନୁପାତିକ ସଂରକ୍ଷଣ ଦ୍ବାରା ଶିକ୍ଷା ଓ ନିଯୁକ୍ତିରେ ଏସସି, ଏସସଟି ଏବଂ ଓବିସି ମାନଙ୍କର ଉଚିତ୍ ପ୍ରତିନିଧିତ୍ବ ବା ଭାଗିଦାରୀ ସୁନିଶ୍ଚିତ ହୋଇପାରିବ।

ଏହି ସଂଖ୍ୟାନୁପାତିକ ସଂରକ୍ଷଣକୁ ସୁନିଶ୍ଚିତ ଏବଂ ନ୍ୟାୟିକ ପ୍ରତିବନ୍ଧକ ବିନା ଲାଗୁ କରିବା ପାଇଁ ଓଡ଼ିଶାକୁ ସଂରକ୍ଷଣ ନିୟମକୁ ତାମିଲନାଡ଼ୁ ଭଳି ସମ୍ବିଧାନର ୯ମ ଅନୁସୂଚୀରେ ଅର୍ନ୍ତଭୁକ୍ତ କରିବାକୁ ହେବ।

ସମ୍ବିଧାନର ଧାରା ୧୬୪ (୧) ଓଡ଼ିଶାର ଏସସି, ଏସଟି ଏବଂ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟର ଥିବା ସ୍ବତନ୍ତ୍ର ଦାୟିତ୍ବବୋଧକୁ ଦର୍ଶାଉଛି। ଦୀର୍ଘ ବର୍ଷ ଧରି ସେମାନଙ୍କ ପ୍ରତି କରାଯାଇଥିବା ଅବହେଳା ତାଙ୍କ ସାମାଜିକ ଏବଂ ଆର୍ଥିକ ଅବସ୍ଥାକୁ ଆହୁରି ଶୋଚନୀୟ କରିଦେଇଛି। 

ଇନ୍ଦ୍ରା ସାହନୀ ମାମଲାରେ ଓଡ଼ିଶାର ବିଶେଷ ପରିସ୍ଥିତିରେ ଓଡ଼ିଶା ଅର୍ନ୍ତଭୁକ୍ତ। ତେଣୁ ବିଶେଷ ପରିସ୍ଥିତିକୁ ଦର୍ଶାଇ ସଂଖ୍ୟାନୁପାତିକ ସଂରକ୍ଷଣ କାର୍ଯ୍ୟକାରୀ କରିବା ପରେ, ଏହି ନୀତିକୁ ନ୍ୟାୟିକ ପ୍ରତିବନ୍ଧକରୁ ରକ୍ଷା କରିବା ପାଇଁ ଏହାକୁ ସମ୍ବିଧାନର ୯ମ ଅନୁସୂଚୀରେ ଅର୍ନ୍ତଭୁକ୍ତ କରାଯାଉ।

କାର୍ଯ୍ୟକ୍ରମକୁ ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ କୁମାର ମଲ୍ଲିକ ଏବଂ ବିଚାରମଞ୍ଚର ସଂଯୋଜକ ଚିଦାନନ୍ଦ ଜେନା ପରିଚାଳନା କରିଥିଲେ l