ସଡକ ଦୁର୍ଘଟଣା : ୧ ମୃତ
ଆଠଗଡ : ଆଠଗଡ ନୂଆ ଆଙ୍କୁଲା ଛକ ନିକଟରେ ଗୋଟେ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରଯାଇଛି । ପରେ ସ୍ଥାନୀୟ ଲୋକ, ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରକଟି କେଉଁ କାରଣରୁ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା । ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।