ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ

Nov 2, 2025 - 12:47
 25
ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ

କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତ ତା ଭାବରେ ବିବେଚନା କରାଯିବା ଉଚିତ - ବିଦ୍ୟାଳୟ ଶିକ୍ଷା ସଚିବ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତପ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ କମ୍ପ୍ୟୁଟେସନାଲ୍ ଥ୍ୟାଙ୍କିଙ୍ଗକୁ ଭବିଷ୍ୟତ ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ ଭାବରେ ଆଗକୁ ବଢାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି I ଏହି କ୍ରମରେ ଦେଶର ସବୁ ବିଦ୍ୟାଳୟ ୟରେ ତୃତୀୟ ଶ୍ରେଣୀରୁ ଏଆଇ ଥାଇ ଶିକ୍ଷା ପାଠ୍ୟକ୍ର । ଠ୍ୟକ୍ରମର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ବିଭାଗ, ପରାମର୍ଶ ପ୍ରକ୍ରିୟା ମାଧ୍ଯମରେ ବିଦ୍ୟାଳୟ ଶି ଶିକ୍ଷା ପାଇଁ ଜାତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫଏସଇ) 2023ର ବ୍ୟାପକ ପରିସର ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଏବଂ ସମାବେଶୀ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ସିବିଏସଇ, ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ଭଳି ଅନୁଷ୍ଠାନଗୁଡ଼ିକୁ ସହାୟତା କରୁଛି I

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ୟୁଟେସନାଲ୍ ଥ୍ୟାଙ୍କିଙ୍ଗ ଶିଖ୍ବା, ଚିନ୍ତା କରିବା ଏବଂ ଶିଖାଇବାର ଅବଧାରଣାକୁ ସୁଦୃଢ଼ କରିବ । ଏହା ସାର୍ବଜନୀନ ହିତ ପାଇଁ ଏଆଇର ପ୍ରଚଳନକୁ ବିସ୍ତାର କରିବ । ଏହି ପ୍ରୟାସ ଜଟିଳ ଆହ୍ୱାନକୁ ସମାଧାନ କରିବା ଲାଗି ଏଆଇର ନୈତିକ ଉପଯୋଗ ଦିଗରେ ଏକ ନୂତନ କିନ୍ତୁ ଗୁରୁତ୍ବପୂର୍ଣ ପଦକ୍ଷେପ। ତୃତୀୟ ଶ୍ରେଣୀରୁ ଏହି ବୈଷୟିକ ଶିକ୍ଷା ଆରମ୍ଭ ହେବା ଫଳରେ ମୌଳିକ ସ୍ତରରେ ଏହାକୁ ସାମିଲ କରାଯାଇପାରିବ I

ଏ ପ୍ରସଙ୍ଗରେ ଅକ୍ଟୋବର 29 ତାରିଖରେ ଏକ ଅଂଶୀଦାର ବିଚାରବିମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିବିଏସଇ, ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ସମେତ ବାହ୍ୟ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ୟୁଟେସନାଲ୍ ଥ୍ୟାଙ୍କିଙ୍ଗ ପାଠ୍ୟକ୍ରମ ବିକଶିତ କରିବା ଲାଗି ଆଇଆଇଟି ମାଡ୍ରାସର ପ୍ରଫେସର କାର୍ଷିକ ରମଣଙ୍କ ଅଧ୍ଯକ୍ଷତାରେ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଛି ।

ସ୍କୁଲ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ ଚିତ । ସେ ଆହୁରି ଆଲୋକପାତ କରିଥିଲେ ଯେ ନିଷ୍ଠାର ଶିକ୍ଷକ ତାଲିମ ମଡ୍ୟୁଲ୍ ଏବଂ ଭିଡିଓ-ଆଧାରିତ ଶିକ୍ଷା ସମ୍ବ ସମ୍ୱଳ ସମେତ ଶିକ୍ଷକ ତାଲିମ ଏବଂ ଶିକ୍ଷା-ଶିକ୍ଷଣ ସାମଗ୍ରୀ ପାଠ୍ୟକ୍ରମ କାର୍ଯ୍ୟକାରିତାର ଆଧାର ହେବ । ସୂଚନା ସୂଚ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ପାଠ୍ୟକ୍ରମର ବିକାଶ ଏବଂ କାର୍ଯ୍ୟକାରିତା ଲାଗି ନିର୍ଦ୍ଧାରିତ ସମୟସୀମା ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ I

ନିଷ୍ପଭି ଅନୁଯାୟୀ 2026-27 ଶିକ୍ଷା ବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି 2020 ଅନୁରୂପ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ୟୁଟେସନାଲ୍ ଥ୍ୟାଙ୍କିଙ୍ଗ ପାଠ୍ୟକ୍ରମର ଶୁଭାରମ୍ଭ କରାଯିବା ଏଥିପାଇଁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ୱଳ ସାମଗ୍ରୀ, ହ୍ୟାଣ୍ଡବୁକ, ଡିଜିଟାଲ ସମ୍ୱଳ ବିକଶିତ କରାଯିବ I