ସମାଜସେବୀ ତଥା ସାଇଭକ୍ତ ବଟକୃଷ୍ଣ ରାଉତରାୟଙ୍କ ନବମ ମହାପରାୟଣ ଦିବସ...

May 16, 2026 - 17:50
 3
ସମାଜସେବୀ ତଥା ସାଇଭକ୍ତ ବଟକୃଷ୍ଣ ରାଉତରାୟଙ୍କ ନବମ ମହାପରାୟଣ ଦିବସ...

ସମାଜସେବୀ ତଥା ସାଇଭକ୍ତ ବଟକୃଷ୍ଣ ରାଉତରାୟଙ୍କ ନବମ ମହାପରାୟଣ ଦିବସ...

ବିଶିଷ୍ଟ ସମାଜସେବୀ ତଥା ସାଇ ଭକ୍ତ ବଟକୃଷ୍ଣ ରାଉତରାୟ ଙ୍କ ନବମ ମହାପ୍ରୟାଣ ଦିବସ ଅବସରରେ ମହଙ୍ଗା ଆଂଚଳିକ ଟାଇଗର କ୍ଲବ kuanpal ଓ ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ଓ ସେବାସମିତି ପକ୍ଷାରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଶ୍ରଦ୍ଧାଂଜଳି ସଭାରେ ଉପସ୍ଥିତ ଥିବା ବିସିଷ୍ଟ ଅତିଥି ଏବଂସାଇକୋଚିଂସେଣ୍ଟର ଚ୍ଛାତ୍ର ଛତ୍ରୀ ମାନେ ଯୋଗଦେଇ ସାଇ ଭକ୍ତ ବଟକୃଷ୍ଣ ରାଉତରାୟ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। 

ସେହିଁ ଅମର ଅମ୍ଳାନ ଆତ୍ମାର ସଦଗତି ନିମନ୍ତେ ନଅଟି ପ୍ରଦୀପ ପ୍ରଜ୍ୱଳନ କରାଯାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଟପର ଛାତ୍ର ଛାତ୍ରୀ ମାନଙ୍କୁ ସାଇ ଭକ୍ତ ବଟକୃଷ୍ଣ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। 

ମୁଖ୍ୟଅତିଥି ଭାବେ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ମୁଖ୍ୟ ବକ୍ତା ରୁପେ ବିଶିଷ୍ଟ ଆଇନଜିବୀ ଶ୍ରୀ ଗୌତ୍ତମ ରାୟ ଚୌଧୁରୀ, ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ସାଧାରଣ ସଂମ୍ପାଦକ ଶ୍ରୀ ରବିଦାସ, ସାଇ କୋଚିଙ୍ଗ ସେଣ୍ଟର ପ୍ରତିଷ୍ଠାତା ଶ୍ରୀ ତୁଷାର ଦାସ , ସମାଜସେବୀ ଦୀପକ ନାୟକ ଓ ଶିକ୍ଷାବିତ୍ ପର୍ଶୁରାମ ସାହୁ ପ୍ରମୁଖ ଯୋଗ ଦେଇ ସାଇ ଭକ୍ତ ବଟକୃଷ୍ଣ ଙ୍କ ଆଦର୍ଶ ଜୀବନ ଦର୍ଶନ ସମ୍ଭନ୍ଧରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। 

ସେହିପରି ସାଇ ଭକ୍ତ ବଟକୃଷ୍ଣ ରାଉତରାୟ ଙ୍କ ଜନ୍ମସ୍ଥାନ ସୀପୁରା ବାସ ଭବନରେ ତାଙ୍କ ପରିବାର ଓ ବନ୍ଧୁ ବାନ୍ଧବ ମାନଙ୍କ ପକ୍ଷରୁ ତାଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। 

ଏହି ଅବସରରେ ସ୍ଥାନୀୟ ଜନ ସାଧାରଣ ମାନଙ୍କପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା। 

ଏହି ପୂଜ୍ୟ ପୁଜା ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ ତାଙ୍କ ସୁପୁତ୍ର ତଥା ବିଶିଷ୍ଟ ସ୍ତମ୍ଭକାର ଓ ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ଏଡିଟର, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଓ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ସଭାପତି ଇଂଜିନିୟର ଜିତେନ କୁମାର ରାଉତରାୟ, ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ସୂପୁତ୍ର ଶ୍ରୀ ନଳୀନ୍ କାନ୍ତ ରାଉତରାୟ ସୁକନ୍ୟା ଶ୍ରୀମତୀ କଲ୍ପନା ନାୟକ,ଶ୍ରୀ ନିରଂଜନ ରାଉତରାୟ ଓ ଶ୍ରୀ ନରୋତ୍ତମ ରାଉତରାୟ ପ୍ରମୁଖ।????????????????