ସହାୟକ କମ୍ପାନୀରେ ଅଧୂକ ନିବେଶ କରିବାକୁ ପାଓ୍ବାରଗ୍ରୀଡ଼କୁ କ୍ୟାବିନେଟ୍ ଅନୁମୋଦନ
ସହାୟକ କମ୍ପାନୀରେ ଅଧୂକ ନିବେଶ କରିବାକୁ ପାଓ୍ବାରଗ୍ରୀଡ଼କୁ କ୍ୟାବିନେଟ୍ ଅନୁମୋଦନ
ସହାୟକ । ସଂସ୍ଥା ପିଛା ନିବେଶ ସୀମା ୫,୦୦୦ରୁ ୭,୫୦୦ କୋଟିକୁ ବୃଦ୍ଧି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ।ରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତି କ୍ୟାବି କ୍ୟାବିନେଟ୍ କମିଟି ଆଜି ପାଓ୍ବାରଗ୍ରୀଡ୍ କର୍ପୋରେସନ୍ କୁ ଏହାର ସହାୟକ ୟକ କମ୍ପାନୀରେ ଇକ୍ସିଟି ନିବେଶ ଲାଗି ଅଧୂକ କ୍ଷମତା ହସ୍ତାନ୍ତିର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହାରନ୍ ଉଦ୍ୟୋଗ (ସିପିଏସ୍ ଇ) ଗୁଡ଼ିକ ପାଇଁ ଲାଗୁ ହେଉଥିବା ସାଧାରଣ ଉଦ୍ୟୋଗ ବିଭାଗର ୪ ଫେବୃଆରୀ, ୨୦୧୦ ମସିହାର ନିର୍ଦ୍ଦେଶାବଳୀ ବଳୀ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅନୁମୋଦନ ଦ୍ବାରା ପାୱାରଗ୍ରୀଡ୍ର ଅନୁମତିପ୍ରାପ୍ତ ଇକ୍ସିଟି ବିନିଯୋଗ ସୀମା ବର୍ତ୍ତମାନର ପ୍ରତି ସହାୟକ କମ୍ପାନୀ ପିଛା ୫,୦୦୦ କୋଟି ଟଙ୍କାରୁ ୭,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଏହି ନିବେଶକୁ ପୂର୍ବ ନିର୍ଦ୍ଧାରିତ ସୀମା କମ୍ପାନୀ ନେଟୱର୍ଥର ୧୫ ପ୍ରତିଶତକୁ ଅପରିବର୍ତ୍ତିତ ରଖାଯାଇଛି।
ଏହି ଅନୁମୋଦନ ଦେଶର ସବୁଠାରୁ ବଡ଼ ଏବଂ ଅଭିଜ୍ଞ ଶକ୍ତି ସଞ୍ଚାରଣ ସେବା ପ୍ରଦାନକାରୀ ପାୱାରଗ୍ରୀଡ୍କୁ ଏହାର ମୂଳ ବ୍ୟବସାୟରେ ବିନିଯୋଗ ବୃଦ୍ଧି କରିବାକୁ ଏବଂ ଅକ୍ଷୟ ଶକ୍ତି କ୍ଷମତାର ବୃଦ୍ଧିରେ ସହାୟତା କରିବାକୁ ସକ୍ଷମ କରିବ। ଏହି ନିଷ୍ପତ୍ତ ପାଓ୍ବାର ଗ୍ରୀଡକୁ ଅଣ-ଜୀବାଶ୍ମ ଭିତ୍ତକ ଉତ୍ସରୁ ୫୦୦ ଗିଗାୱାଟ୍ ଶକ୍ତି ହାସଲ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ।
କ୍ଷମତା ହ ହସ୍ତାନ୍ତରଣ ଋଣ ମଞ୍ଜୁରୀ ପରେ ପା ପାୱାରଗ୍ରୀଡ୍ ଏବେ ଅଲ୍ଲା ହାଇ ଭୋଲଟେଜ୍ ଅଲଟରନେଟିଂ କରେଣ୍ଟ (UHVAC) ଏବଂ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟ (HVDC) ସଞ୍ଚାରଣ ନେଟୱାର୍କ ଭଳି ଅଧୂକ ପୁଞ୍ଜି ଆବଶ୍ୟକ କରୁଥିବା ଟ୍ରାନ୍ସମିସନ ପ୍ରକଳ୍ପଗୁଡ଼ିକର ବିଡିଂରେ ଅଂଶଗ୍ରହଣ କରିପାରିବ। ଏହା ବ୍ୟତୀତ, ଗୁରୁତ୍ଵପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ବିଡର୍ ଚୟନ ନିମନ୍ତେ ଶୁକ୍ଳ ଭିତ୍ତକ ପ୍ରତିଯୋଗିତାମୂଳକ ବିଡିଂ (TBCB) ର ପରିସରକୁ ବୃଦ୍ଧି କରିବ । ଏହା ଉତ୍ତମ ମୂଲ୍ୟ ନିର୍ଦ୍ଧାରଣକୁ ସୁନିଶ୍ଚିତ କରିବ ଏବଂ ସର୍ବୋପରି ଗ୍ରାହକମାନଙ୍କ ପାଇଁ ସୁଲଭ ତଥା ସ୍ବଚ୍ଛ ଶକ୍ତିର ଉପଲବ୍ଧିକୁ ପ୍ରୋତ୍ସାହିତ କରିବ।
ରିଲିଜ୍ ଆଇଡି: 22321 104/HP