ସୁଦଶାବ୍ରତ ଏବଂ ଦଶ ଗଣ୍ଠି ର କଥା ବୃତ୍ତି...

Feb 26, 2026 - 20:34
 19
ସୁଦଶାବ୍ରତ ଏବଂ ଦଶ ଗଣ୍ଠି ର କଥା ବୃତ୍ତି...

ସୁଦଶାବ୍ରତ ଏବଂ ଦଶ ଗଣ୍ଠି ର କଥା ବୃତ୍ତି...

                              

ସାଧାରଣତଃ କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସଧବା ନାରୀମାନେ ମା' ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ସୁଦଶା ବ୍ରତ ଯଥା ବିଧି ପାଳନ କରିଥାନ୍ତି। 

ଥରେ ବ୍ରତ ଆରମ୍ଭ କରିବା ପରେ ଚଉଦ ( ୧୪ ) ବର୍ଷ ପର୍ଯ୍ୟନ୍ତ ଏହା ପାଳନ କରିବାକୁ ପଡିଥାଏ।

କେବଳ ନୂତନ ବ୍ରତୀ ( ନବ ବିବାହିତ କୂଳବଧୂ ) ମାନେ କାଳ ଶୁଦ୍ଧି ( ପଞ୍ଜିକା ଗଣନାନୁସାରେ ) ଥିବା ମାସରୁ ହିଁ ସୁଦଶା ବ୍ରତ ପାଳନ ଆରମ୍ଭ କରିଥାନ୍ତି।

ମା' ସାଆନ୍ତାଣୀଙ୍କ ପୂଜା ଦ୍ରବ୍ୟରେ ଦୀପ, ଧୂପ, ହଳଦୀ ଗୁଣ୍ଡ, ପଞ୍ଚାମୃତ ସହ ଦଶ ବର୍ଣ୍ଣ ଫୁଲ , ଦଶ ଫଳ, ଦଶ ଅକ୍ଷତ, ଦଶ ଗୁଆ, ଦଶ ଦୁର୍ବା , ଦଶ ଗୋଟି ଘୃତ ପକ୍ୱ ପୂର ମଣ୍ଡା ଓ ଦଶ ଖିଅ ପାଟ୍ଟ ସୂତା ( ଶ୍ଵେତ ବର୍ଣ୍ଣ ପାଞ୍ଚ ଖିଅ ଓ ରକ୍ତ ବର୍ଣ୍ଣ ପାଞ୍ଚ ଖିଅ ) ତ୍ରିଗୁଣ କରି ବଳି ବ୍ରତ ପ୍ରସ୍ତୁତିର ଆରମ୍ଭ କରାଯାଏ।

????ବ୍ରତଧାରିଣୀମାନେ ମାନସିକ ସ୍ତରରେ ନିଜ ସ୍ଥିରୀକୃତ ନିୟମ ସଙ୍କଳ୍ପ ପୂର୍ବକ ପୂଜା ପାଠ ସମୟରେ ନିମ୍ନ ବର୍ଣ୍ଣିତ ମା ' ଲକ୍ଷ୍ମୀ ଠାକୁରାଣୀଙ୍କ ନାମ ଶ୍ରଦ୍ଧା ଓ ବିଶ୍ଵାସର ସହ ନିମ୍ନୋକ୍ତ କ୍ରମରେ ଉଚ୍ଚାରଣ କରି ବ୍ରତ ସୂତାରେ ଗୋଟିଏ ପରେ ଗୋଟିଏ ଗଣ୍ଠି ପକାଇ ଦଶ ଗଣ୍ଠି ଦେଇ ପରେ ବ୍ରତ ହସ୍ତରେ ଧାରଣ କରି ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ନିଜ ମାନସିକ ସଙ୍କଳ୍ପକୁ ଅକ୍ଷୂର୍ଣ୍ଣ ରଖିବା ବିଧି ଅଟେ |

     *"ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ*

     *ଦ୍ବିତୀୟ ଗଣ୍ଠିର ନାମ ହେଲା କମଳିନୀ*      

     *ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା*

     *ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା*             

     *ପଞ୍ଚମ ଗଣ୍ଠିର ନାମ ଅଟଇ କମଳା*           

     *ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା*             

     *ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ*

     *ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ*

     *ନବମ ଗଣ୍ଠିର ନାମ ଦୁର୍ଗତିନାଶିନୀ*

     ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ "