ସାଉଦି ଆରବ 'ବସ' ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ...

Nov 18, 2025 - 08:54
 12
ସାଉଦି ଆରବ 'ବସ' ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ...

ସାଉଦି ଆରବ: ସାଉଦି ଆରବରେ ବଡ଼ ଅଘଟଣ ।

ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତ ମୃତକ ତେଲଙ୍ଗାନାର ହୋଇଥିବା ଜଣାପଡିଛି ।

ଖବର ମୁତାବକ, ସାଉଦି ଆରବ ମକ୍କାରୁ ମଦିନା ଯାଉଥିବା ବସ୍ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଫଳରେ ବସ୍ ଜଳିଉଠିଥିଲା । ଏଥିରେ ଡିଛି ଥୂବା ସମସ୍ତ ଲୋକ ଜୀବନ ଦଗ୍ଧ ହୋଇଥିବା ଜଣାପଡି । ମୃତକଙ୍କ ମଧ୍ୟରେ ଅଧୂକାଂଶ ଭାରତୀୟ ରହିଛନ୍ତି ।

ଆଜି ଭୋର ପ୍ରାୟ ରାତି ୧ଟା ୩୦ ମିନିଟ ସମୟରେ ଏକ ଯାତ୍ରୀବାହୀ ବସ୍ ଏବଂ ଡିଜେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ସାଉଦି ଆରବରେ ଅତି କମରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥୂବା ଅନୁମାନ କରାଯାଉଛି

ତେଲଙ୍ଗାନା ସରକାର କହିଛନ୍ତି ଯେ ଏସମ୍ପର୍କରେ ରିୟାଦରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଅଧୂକାରୀଙ୍କୁ ଅବଗତ କରାଇବା ସହ ସମସ୍ତ ବିବରଣୀ ଯାଞ୍ଚ କରିବା ପାଇଁ ଦୂତାବାସ କର୍ତ୍ତୃପକ୍ଷଙ୍କ ସହିତ ସମନ୍ବୟରେ କାମ କରୁଛନ୍ତି ।