ସାତସାହି କଟକ ନୃତ୍ୟସ୍ଚବ ଓ ବାଣିଜ୍ୟ ମେଳା କାର୍ଯ୍ୟକ୍ରମ...

May 11, 2026 - 20:53
 5
ସାତସାହି କଟକ ନୃତ୍ୟସ୍ଚବ ଓ ବାଣିଜ୍ୟ ମେଳା କାର୍ଯ୍ୟକ୍ରମ...

ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବ | ଏହି ଉତ୍ସବ ୧୨ ଦିନ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସାତସାହି ବାଣିଜ୍ୟ ମେଳା ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳ ୧୫ ତାରିଖରୁ ନୃତ୍ୟାତ୍ସବ ଆରମ୍ଭ ହେବ ହବ ବୋଲି ଜଣାପଡ଼ିଛି I 

କଟକ ଜିଲ୍ଲା ପ୍ରଶାସନ, ସାଂସ୍କୃତିକ ପରିଷଦ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏଥରେ ସହଯୋଗ କରୁଛନ୍ତି I 

ବାଲିଯାତ୍ରା ପଡିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ମିଳିଛି | 

ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ, ଭାରତନାଟ୍ୟମ୍, ମଣିପୁରୀ, କୁଚିପୁଡ଼ି, ବିହୁ ପରିବେଷଣ କରାଯିବା ସାଙ୍ଗକୁ ଲୋକନୃତ୍ୟ, ସମ୍ବଲପୁରୀ, ଛଉନୃତ୍ୟ ଓ ଦେଶାତ୍ମବୋଧ ସଂଗୀତ ଉପରେ ନୃତ୍ୟ ପରିବେଷଣ କରାଯିବ । ନୃତ୍ୟାତ୍ସବର ପ୍ରଥମ

ସନ୍ଧ୍ୟାରେ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ମୀରା ଦାସଙ୍କୁ ଜାତୀୟ କଳାରତ୍ନ ସମ୍ମାନ ଓ ବିଶିଷ୍ଟ ସିନେ ଅଭିନେତ୍ରୀ ଇଶା ବେବର୍ତ୍ତାଙ୍କୁ ସମ୍ମାନିତ କରାଯିବ। 

କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା ଓ ସାଥୀ କଳାକାରଙ୍କ ପକ୍ଷରୁ ଅକ୍ଷୟ ସଂଗୀତ ଏବଂ ମନଛୁଆଁ ଆଧୁନିକ ସଙ୍ଗୀତ ପରିବେଷଣ ହେବ। 

ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଣିପୁର, ଆସାମ, ଛତିଶଗଡ଼, ପଞ୍ଜାବର ବିଭିନ୍ନ ପ୍ରାନ୍ତରୁ୧୫୦ରୁ ଭୁଦ୍ଧର୍ କଳାକାର ସେମାନଙ୍କ ଅନୁଷ୍ଠାନ ସହ ନୃତ୍ୟବିଚିତ୍ରା ପରିବେଷଣ କରିବେ। 

ପ୍ରତିବର୍ଷ ପରି ଏଥର ମଧ୍ୟ ନୃତ୍ୟାତ୍ସବର ଅନ୍ତିମ ସନ୍ଧ୍ୟାକୁ

କ୍ୟାନସର, ଥାଲାସେମିଆ, ମଧୁମେହ ରୋଗରେ ପୀଡ଼ିତ ଓ ଭିନ୍ନ‌କ୍ଷମ, ଅନାଥ ଶିଶୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ। 

ଥାଲାସେମିଆ, କ୍ୟାନସର, ମଧୁମେହ ପୀଡ଼ିତ ଶିଶୁ ଓ ଭିନ୍ନକ୍ଷମ, ଅନାଥ ଅନୁଷ୍ଠାନକୁ କମିଟିକୁ ମିଳିଥିବା ସହଯୋଗ ତଥା ମେଳାରୁ ଦାନ ଆକାରରେ ସଂଗୃହୀତ ଅର୍ଥ ପ୍ରଦାନ କରାଯିବ। 

ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କଳାକାର କୁନା ତ୍ରିପାଠୀ, ଶ୍ରୀତମ ଦାସ, ପୁନମ୍, ଲକି ମନୀଷା, ଇପ୍ସିତା, ଅଭିଜିତ, ଶୁଭମ୍, ରୌମ୍ୟାଞ୍ଜଳି, ଅଙ୍କିତ କୁମାର, ଅଙ୍କିତା, ପ୍ରକାଶ, ସୁଭାଶିଷ ପ୍ରମୁଖ

ଯୋଗଦେଇ ନୃତ୍ୟାତ୍ସବର ଆକର୍ଷଣକୁ ଆହୁରି ଆକର୍ଷଣୀୟ କରିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ମେୟର ତଥା ପରିଚାଳନା କମିଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସିଂହ, ସାଧାରଣ ସମ୍ପାଦକ ଦୀପଶେ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ଡଃ ଦୁର୍ଗାଚରଣ ଦାଶ ସୂଚନା ଦେଇଛନ୍ତି। 

ଏଥିରେ ଉପ-ସଭାପତି ରୂପକ ମିଶ୍ର, ଡଃ ଦ୍ବୀପାୟନ ପଟ୍ଟନାୟକ, କୋଷାଧ୍ୟକ୍ଷ ଉଲ୍ଲାସ ସେନ୍, ପୃଷ୍ଠପୋଷକ ସୁନୀଲ୍ ମୁରାରକା, କମିଟିର କର୍ମକର୍ତ୍ତା ପଦ୍ମାଳୟା ବ୍ରହ୍ମଚାରୀ, ରଶ୍ମିରଞ୍ଜନ ତ୍ରିପାଠୀ, ସ୍ନେହାଶିଷ ଦାସ, ପାର୍ଥସାରଥୀ ସ୍ବାଇଁ, ଜିତେନ୍ଦ୍ର ପ୍ରସାଦ, ସୁଶାନ୍ତ ପାତ୍ର, ସୁନୀଲ୍ ଦାସ, ସତ୍ୟପ୍ରସାଦ ବଳସାମନ୍ତ, ଶକ୍ତିପ୍ରସାଦ ସାମଲ, ସନ୍ଦୀପ ମିଶ୍ର, ତନ୍ମୟ ରାୟ, ଅଚ୍ୟୁତାନନ୍ଦ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।