ସାଧାରଣ । ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନ୍ତର୍ଗତ ନିର୍ମାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା ବୈଠକ
ଭୁବନେଶ୍ବର, ତା-୧.୧୨.୨୦୨୫
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଗତ ୨୯ ତାରିଖ ଶନିବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେମ୍ ଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି ।
ୟୁନିଟ୍-୨ ରେ ମୁଖ୍ୟମନ୍ତ୍ରୀଙ୍କ ନୂତନ ଅଭିଯୋଗ ପ୍ରକୋଷ୍ଠ ନିର୍ମାଣ, ୟୁନିଟ-୮ ଏବଂ ନୀଳକଣ୍ଠନଗରରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ପ୍ରକଳ୍ପ ଏବଂ ୟୁନିଟ୍- ୨ ରେ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବୈଠକରେ ରେ ଆଲୋଚନା କ କରାଯାଇଥିଲା । ୟୁନିଟ-୮ ସ୍ଥି ସ୍ଥିତ ଆବାସିକ ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆବାସିକ ପ୍ରକଳ୍ପଗୁଡ଼ିକ ତୁରନ୍ତ ଶେଷ କରି କରି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକଳ୍ପ ଦାୟିତ୍ବ ନେଇଥିବା ଓଡ଼ିଶା ସେତୁ ନିଗମକୁ ପରାମର୍ଶ ଦିଆଯାଇଛି । । ଅନ୍ୟାନ୍ୟ ଅ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଯନ୍ତ୍ରୀ, କୋଠାବାଡ଼ିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକସେବା ଭବନର ଉଦ୍ୟାନ ଓ କ୍ୟାପିଟାଲ ନର୍ସରୀର ଉନ୍ନତି ନିମନ୍ତେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଉପସ୍ଥିତ ଅକ୍ଷଣ ଯନ୍ତ୍ରୀ, ଡିଭିଜନ୍-୧ ଙ୍କୁ ପରାମର୍ଶ ଦିଆଯିବା ସହ ଲୋକସେବା ଭ ଭବନ ପରିସରରେ ସ୍ତୁପୀକୃତ ବୈଦ୍ୟୁତିକ ବର୍ଜ୍ୟ ନିଲାମ ମାଧ୍ୟମରେ ଅପସାରଣ କରାଯାଇ ପରିବେଶକୁ ବର୍ଜ୍ୟମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟି, ଆଇ.ଏ.ଏସ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ର ପ୍ରକୋଷ୍ଠର ସ୍ବତନ୍ତ୍ର
ଶାସନ ସଚିବ ଶ୍ରୀ ସୁକାନ୍ତ କୁମାର ବେହେରା, ଅର୍ଥ ପରାମର୍ଶଦାତା ପୁଷ୍ପଲତା ସାମଲ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କୋଠାବାଡି, ସେତୁ ନିଗମର ଅଧୋ କାରୀ, ୱାଟକୋ ମହାପ୍ରବନ୍ଧକ, ବିଭାଗୀୟ ଅନ୍ନ ଶାସନ ସଚିବ ଓ ଉପବିଭାଗୀୟ ଅକାରୀମାନେ ଉପସ୍ଥିତ ଥିଲେ ।