ସିପିଆଇ ପକ୍ଷରୁ ‘ଏପଷ୍ଟିନ ଫାଇଲ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ବୁଦ୍ଧିଜୀବୀ ଓ ବାମପନ୍ଥୀ ଦଳମାନଙ୍କ ଆଲୋଚନା ପରେ ପ୍ରସ୍ତାବ ଗୃହୀତ

Feb 28, 2026 - 22:19
 4
ସିପିଆଇ ପକ୍ଷରୁ ‘ଏପଷ୍ଟିନ ଫାଇଲ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ବୁଦ୍ଧିଜୀବୀ ଓ ବାମପନ୍ଥୀ ଦଳମାନଙ୍କ ଆଲୋଚନା ପରେ ପ୍ରସ୍ତାବ ଗୃହୀତ

ସିପିଆଇ ପକ୍ଷରୁ ‘ଏପଷ୍ଟିନ ଫାଇଲ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ବୁଦ୍ଧିଜୀବୀ ଓ ବାମପନ୍ଥୀ ଦଳମାନଙ୍କ ଆଲୋଚନା ପରେ ପ୍ରସ୍ତାବ ଗୃହୀତ

ଭୁବନେଶ୍ଵର, ତା ୨୮/୨/୨୦୨୬-

ଆଜି ଭାରତୀୟ କମ୍ୟୁନିଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦ ଆହ୍ବାନର ଭଗବତୀ ଭବନଠାରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘“ଏପଷ୍ଟିନ ଫାଇଲ୍” ଶୀର୍ଷକ ଆଲୋଚନାଚକ୍ରରେ ଆନ୍ତର୍ଜାତିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର ମାନସ ବେହେରା, ‘ଛାଇ’ ଓଡ଼ିଶାର ସମ୍ପାଦକ ସତୀଶ ମିଶ୍ର, ସିପିଆଇର ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ସିପିଆଇ (ଏମ୍)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ, ସିଆଇ (ଏଏଲ) ଲିବରେସନ ରାଜ୍ୟ ନେତା ରାଧାକାନ୍ତ ସଠୀ, ଏସୟୁସିଆଇ (କମ୍ୟୁନିଷ୍ଟ)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଅଶୋକ ମିଶ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଯୋଗଦେଇ ତାଙ୍କ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।

ସମଗ୍ର ବିଶ୍ଵର ରାଜନେତା, ବ୍ୟବସାୟୀ, ଶିଳ୍ପପତି, ପୁଞ୍ଜିପତି, ସମାଜଶାସ୍ତ୍ରୀ, ଧର୍ମଗୁରୁ ମାନଙ୍କୁ ବୀଭତ୍ସ ଯୌନ ବ୍ୟଭିଚାରରେ ସାମିଲ କରାଇ ସାରା ପୃଥ‌ିବୀରୁ ଅଳ୍ପ ବୟସର ଝିଅମାନଙ୍କୁ ନେଇ ପାଶବିକ ଯୌନ ଉତ୍ପଡ଼ନ ପରେ ତାଙ୍କୁ ଜୀବନରୁ ମାରିଦେଇ ତାଙ୍କ ମାଂସ ଖାଇବା, ଅଳ୍ପ ବୟସର ଝିଅ ଯୌନ ଉପୀଡ଼ନର ଶିକାର ହୋଇ ସନ୍ତାନ ଜନ୍ମ କଲାପରେ ସେହି ଶିଶୁକୁ ଅତ୍ୟାଚାରବେଳେ ଯେଉଁ ହରମୋନ କ୍ଷରଣ ହୁଏ ତାକୁ ସେହି ଶିଶୁର ରକ୍ତର ମିଶାଇ ଖାଇଲେ ବୟସ୍କ ଲୋକର ବି ଯୌନଶକ୍ତି ବହୁଗୁଣିତ କରିବାର ଜିଜ୍ଞାସା ସୃଷ୍ଟିର ଘଟଣା ଘଟାଇ ଏହାର ଭିଡିଓ ଉତ୍ତୋଳନ, ଫଟୋଚିତ୍ର ଇତ୍ୟାଦି ଉତ୍ତୋଳନ କରି ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ଏହି କାରନାମା ପ୍ରଘଟ କରାଇବାର ଭୟ ଦେଖାଇ ଧମକ ଦେଇ ଏଥିରୁ ପ୍ରଚୁର ଅର୍ଥ ଓ ସମ୍ବଳ ହାତେଇବାରେ ସଫଳ ହୋଇଥିଲା ସ୍କୁଲ୍ ଶିକ୍ଷକରୁ ବୃହତ୍ କମ୍ପାନୀ ମାଲିକଙ୍କ ଅର୍ଥନୈତିକ ପରାମର୍ଶଦାତା ଭାବେ ଉଭା ହୋଇଥିଲା ଜେଫ୍ରି ଏପଷ୍ଟିନ୍ । ବିଂଶ ଶତାବ୍ଦୀର ନବେ ଦଶକରୁ ଏହି ଜଘନ୍ୟ କାର୍ଯ୍ୟରୁ ପ୍ରଚୂର ଅର୍ଥ ହାତେଇ ଆମେରିକାର “ଲିଟିଲ ସେଣ୍ଟ ଜେମ୍‌ସ” ଓ “ଗ୍ରେଟ୍ ସେଣ୍ଟ ଜେମ୍‌ସ” ଦ୍ବୀପ ଖରିଦ କରି ୨୦୦୮ ବେଳକୁ ବିଶ୍ବ ଦରବାରରେ ଏକ ନାମୀ ଧନାତ୍ମ୍ୟ ବ୍ୟକ୍ତିରେ ପରିଣତ ହୁଏ ଜେଫ୍ରି ଏପ୍‌ଷ୍ଟିନ୍ । ଉପରୋକ୍ତ ଯୌନ ବ୍ୟଭିଚାରର ଗ୍ରାହାକ ହୋଇଥିବା ରାଷ୍ଟ୍ରମୁଖ୍ୟ, ଶିଳ୍ପଗୋଷ୍ଠୀ ମୁଖ୍ୟ, ବୈଜ୍ଞାନିକ, ସମାଜ ଶାସ୍ତ୍ରୀଙ୍କୁ ସେ ଏହି ଯୌନ ଅସ୍ତ୍ରର ଭିଡିଓ, ଫଟୋଚିତ୍ର ଓ ଦଲିଲର ଭୟ ଦେଖାଇ ବିଶ୍ବ ସାମ୍ରାଜ୍ୟବାଦୀ କୂଟନୈତିକ ଓ ସାମରିକ ଚୁକ୍ତି କରାଇବା, ମହାମାରୀ ସୃଷ୍ଟି କରାଇ ମାନବ ସଭ୍ୟତାକୁ ବିପନ୍ନ କରିବା, ଦେଶ ଦେଶ ମଧ୍ୟରେ ସାମ୍ରାଜ୍ୟବାଦୀ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର ମାଧ୍ୟମରେ ବିଭିନ୍ନ ଦେଶର ଜନଗଣଙ୍କୁ ଲୁଣ୍ଡନର କଳଙ୍କିତ ଅଧ୍ୟାୟ ସୃଷ୍ଟି କରି ଚାଲିଥୁଲା ଜେଫ୍ରି ଏପ୍ରିଷ୍ଟିନ୍। ଏହି ଘଟଣାରେ ୨୦୦୮ ମସିହାରେ ନାବାଳିକା ନିର୍ଯାତନା ଅଭିଯୋଗରେ ଦଣ୍ଡିତ ହୋଇ ସଜା କାଟିଥିଲା। ଏହାପରେ ବିଶ୍ଵର ବିଭିନ୍ନ ଦେଶର ପୀଡ଼ିତାଙ୍କ ବୟାନ ସଂଗ୍ରହ କରି ମହିଳା ସାମ୍ବାଦିକ ଜୁଲି କେ. ବ୍ରାଉନ ଏହି ଅମାନବୀୟ ନାରକୀୟ ଘଟଣାର ପର୍ଦ୍ଦାଫାଶ କଲାପରେ ପୁନର୍ବାର ୨୦୧୯ରେ ଜେଲ୍‌ରେ ଥୂବାବେଳେ ତା’ର ସନ୍ଦେହଜନକ ମୃତ୍ୟୁ ହେଲା। ଏହାପରେ ଏହି ଜଘନ୍ୟ ଘଟଣାବଳୀ ବିଶ୍ଵ ମାନବ ସଭ୍ୟତାକୁ ଦୋହଲାଇ ଦେଇଥିଲା । ଏହା ଉପରେ ଆମେରିକାର ଫେଡେରାଲ ବ୍ୟୁରୋ ଜେଫ୍ରି ଏପଷ୍ଟି ନର ନିଜସ୍ୱପ ତଥ୍ୟ ଲକ୍ଷ ଲକ୍ଷ ଫର୍ଦ୍ଦର ଦଲିଲ୍ ଆମେରିକୀୟ ମାନବାଧୂକାର ଆନ୍ଦୋଳନ ଫଳରେ ଏହି ଅପରାଧର ପୁନରାବୃତ୍ତି ନ ହେବା ପାଇଁ ଏହି ଅପରାଧର ସମସ୍ତ ଦଲିଲ ସାର୍ବଜନୀନ କରିବା ପାଇଁ ଆମେରିକାର ବିଚାର ବିଭାଗ ନିର୍ଦ୍ଦେଶ ଦେଲା । ଏହାପରେ ସେଥୁରୁ କେତେକ ଫାଇଲ ସାର୍ବଜନୀନ କରାଯାଇଛି। ଅପରକ୍ଷରେ ସେହି ଫାଇଲ୍‌ରେ ନାମ ଥିବା ଦର୍ଶାଇ ବ୍ରିଟେନ ରାଜକୁମାର ପଦ ହରାଇବା, ରାଷ୍ଟ୍ର ମୁଖ୍ୟ ପଦ ହରାଇବା, ବିଲ୍ ଗେଟ୍ସ କ୍ଷମା ମାଗିବା ପ୍ରଭୃତି ଘଟଣା ବିଶ୍ବରେ ଘଟିଚାଲିଛି। ଅପରପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ସଂସଦରେ ଏହାର ଆଲୋଚନାକୁ ସୁଯୋଗ ଦେଉ ନାହାନ୍ତି । ମନ୍ତ୍ରୀ ହରଦିପ ସିଂହ ପୁରୀ ଏପଷ୍ଟିନକୁ ଭେଟିବା କଥାକୁ ସ୍ୱୀକାର କଲେ ମଧ୍ୟ ସରକାର କୌଣସି ତଦନ୍ତ ଆରମ୍ଭ କରୁ ନାହାନ୍ତି ।

ଏହି ଆଲୋଚନାଚକ୍ରରେ ବକ୍ତାମାନେ ଆଲୋଚନା କରି ସଂସଦରେ ସ୍ବତନ୍ତ୍ର ଆଲୋଚନା ସହ ପ୍ରଧା ନମନ୍ତ୍ରୀଙ୍କ ସମ୍ପର୍କରେ ଜେଫ୍ରି ଏପଷ୍ଟିନ ଫାଇଲରେ ନାମ ଥିବାରୁ ସଂସଦରେ ପକ୍ଷ ରଖନ୍ତୁ, ମନ୍ତ୍ରୀ ହରଦୀପ ସିଂହ ପୁରୀ ଅବିଳମ୍ବେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମନ୍ତ୍ରୀ ଓ ଅନୀଲ ଅମ୍ବାନୀଙ୍କୁ ଗିରଫ କରିବା ଓ ସମଗ୍ର ଘଟଣାର ସାମଗ୍ରିକ ତଦନ୍ତ ପାଇଁ ସରକାର ସଂସଦରେ ଘୋଷଣା କରନ୍ତୁ ଦାବିକରି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଅନ୍ୟମାନଙ୍କ ମଧ୍ଯରେ ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ଅଶୋକ ଦାଶ, ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ସୁର ଜେନା, ସିପିଆଇ (ଏଏଲ)ର ମହେନ୍ଦ୍ର ପରିଡ଼ା, ଉତ୍କଳ ମହିଳା ସମିତିର ବନଲତା ଜେନା, ଏଆଇଏସଏଫର ସଂଘମିତ୍ରା ଜେନା, କାହ୍ନୁଚରଣ ପରିଡ଼ା, ରାଜାରାମ ଡଙ୍ଗରି, ଯୁବସଂଘର ମାନସ ମୁଦୁଲି, କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ବାଇଁ, ବିଜୟ ମହାନ୍ତି, ଅମୀୟ ପଟ୍ଟନାୟକ, ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, ନିତ୍ୟାନନ୍ଦ ମିଶ୍ର, କୈଳାସ ପୁହାଣ, ବିଶ୍ୱଜିତ୍ ନାୟକ, ରାକେଶ ପାତ୍ର, ଅଶୋକ ସାହୁ ଓ ଭୁବନଚାନ୍ଦ ହାତୀ ପ୍ରମୁଖ ଚର୍ଚ୍ଚାକୁ ସମୃଦ୍ଧ କରିଥିଲେ।