ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ କାର୍ଯ୍ୟକରିବା ଦିଗରେ ଓଡିଶାର ପ୍ରଶଂସା ପତ୍ର ହାସଲ ,

Jul 10, 2025 - 18:43
 16
ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ କାର୍ଯ୍ୟକରିବା ଦିଗରେ ଓଡିଶାର ପ୍ରଶଂସା ପତ୍ର ହାସଲ ,

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଏକ ଜାତୀୟ ସ୍ତରୀୟ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।  ୨୫  ଏପ୍ରିଲ୍ ୨୦୨୫  ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ                       ଓଡ଼ିଶା ୩୧ ,୩୨୪ କୋଟି ଟଙ୍କା ସଂଗ୍ରହ କରି ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ୫ ଟି ରାଜ୍ୟ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ  ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ କାର୍ଯ୍ୟକ୍ରମରେ ଯୋଗଦେଇ                   ଏହି ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ  
       କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଜି.କିଶାନ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ  କାର୍ଯ୍ୟକାରିତାରେ ଆଗୁଆ ଥିବା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର  ଖଣି ସଚିବ  ସଚିବ  ଏଲ୍ କାନ୍ଥା ରାଓ ପ୍ରମୁଖ  ଉପସ୍ଥିତ ଥିଲେ । 
  ଜିଲ୍ଲାପାଳ, କେନ୍ଦୁଝରଙ୍କ ସମେତ ଦେଶର ଅନ୍ୟ ବିଭିନ୍ନ ରାଜ୍ୟର  ୪ ଜଣ ଜିଲ୍ଲାପାଳ ମିଳିତ ଭାବେ ଡିଏମଏଫ୍ ପାଣ୍ଠି ସଂଗ୍ରହ ଏବଂ ଏହାର ଉପଯୋଗିତାରେ କିପରି ସ୍ୱଚ୍ଛତା ବଜାୟ ରହିପାରୁଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ଜିଲ୍ଲାପାଳଙ୍କ   ଟିମ୍ ର ସଦସ୍ୟ ମାନେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ଓ ଏହାର କାର୍ଯ୍ୟକାରିତାରେ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ ।  ଏହି ପରିପ୍ରେକ୍ଷୀରେ କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ  ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟ ଠାରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ ।