ସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା...

Jan 31, 2026 - 19:07
 5
ସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା...

ସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା...

ସୂଚନା ଓ ଲୋକସଂପର୍କ ବିଭାଗର ଅପରେସନ୍ ସୁପରଭାଇଜର୍ ଶ୍ରୀ ପଞ୍ଚାନନ ସାହୁଙ୍କୁ ଆଜି ବିଭାଗର କର୍ମଚାରୀ କଲ୍ୟାଣ ସମିତି ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । 

ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଶ୍ରୀ ସାହୁଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ନିମନ୍ତେ ପ୍ରଶଂସା କରିବା ସହ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ । 

ନିର୍ଦ୍ଦେଶକ ବୈଷୟିକ ଶ୍ରୀ ଗୁରୁବୀର ସିଂ ଅବସର ନେଉଥିବା ଶ୍ରୀ ସାହୁଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ପ୍ରଶଂସା କରିଥିଲେ । 

ଅପରେସନ୍ ସୁପରଭାଇଜର୍ ଶ୍ରୀ ସାହୁ ନିଜର ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଚାକିରି କାଳ ମଧ୍ୟରେ ପାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ନିମନ୍ତେ ବିଭାଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସହକର୍ମୀମାନେ ଅବସର ନେଉଥିବା ଶ୍ରୀ ସାହୁଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ । 

ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଅମାୟିକ ବ୍ୟବହାର, ସହଯୋଗୀ ମନୋଭାବ ଓ ବନ୍ଧୁତାପୂର୍ଣ୍ଣ ବ୍ୟବହାର ନିମନ୍ତେ ପ୍ରଶଂସା କରିଥିଲେ । 

ଶେଷରେ ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ସାହୁଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । 

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ବିଦାୟକାଳୀନ ସଭାରେ ଉପସ୍ଥିତ ଥିଲେ ।