ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

Feb 13, 2026 - 21:25
 7
ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

ମହିଳା, ଯୁବକ ଓ ବଞ୍ଚିତ ନାଗରିକଙ୍କ ପାଇଁ ଜରୁରୀ ନିଷ୍ପତ୍ତା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ବାକ୍ଷର କଲେ ପ୍ରଧାନମନ୍ତ୍ରୀ

ନିଆଗଲା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ: ପିଏମ ରାହତ ଯୋଜନା, ଲକ୍ଷପତି ଦିଦିଙ୍କ

ଲକ୍ଷ୍ୟକୁ ଦ୍ବିଗୁଣିତ କରି 6 କୋଟି କରାଗଲା, କୃଷି ଭିତ୍ତଭୂମି ପାଣ୍ଠିକୁ ଦ୍ବିଗୁଣିତ କରି 2 ଲକ୍ଷ କୋଟି ଟଙ୍କା କରାଗଲା, 10,000 କୋଟି ଟଙ୍କାର କର୍ପସ୍‌ ପାଣ୍ଠି ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ୍ ଅଫ୍ ଫଣ୍ଡସ୍ 2.0କୁ ମଞ୍ଜୁରି

ସେବା ତୀର୍ଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତ ଗ୍ରହଣ କରିଛନ୍ତି। ସେ ଅତି ଜରୁରୀ ଫାଇଲରେ ସ୍ବାକ୍ଷର କରିଛନ୍ତି ଯାହା ତାଙ୍କର ସେବା ଭାବନାଁକୁ ପ୍ରତିଫଳିତ କରୁଛି। ସେ ଆର୍ଜି ନେଇଥିବା ନିଷ୍ପତ୍ତି ଦେଶର ଚାଷୀ, ମହିଳା, ଯୁବବର୍ଗ ଏବଂ ବଞ୍ଚିତ ନାଗରିକଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗକୁ ଲାଭାନ୍ବିତ କରିବ।

1. ପିଏମ ରାହତ ଯୋଜନା: ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନ ରକ୍ଷାକାରୀ ସୁରକ୍ଷା

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ ରାହତ ଯୋଜନା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି।

ଏହି ପଦକ୍ଷେପ ଅଧୀନରେ, ଦୁର୍ଘଟଣା ପୀଡିତମାନେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦମୁକୁ ବା କ୍ୟାସଲେସ୍ ଚିକିତ୍ସା ପାଇବେ, ଯାହାଦ୍ବାରା ତୁରନ୍ତ ଚିକିତ୍ସା ସହାୟତା ଅଭାବରୁ କେହି ଜୀବନ ହରାଇବେ ନାହିଁ।

2. ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ବିଗୁଣିତ କରି 6 କୋଟି କରାଗଲା।

ସରକାର ମାର୍ଚ୍ଚ 2027ର ଧାର୍ଯ୍ୟ ସମୟସୀମାଠାରୁ ଗୋଟିଏ ବର୍ଷରୁ ଅଧିକ ସମୟ ପୂର୍ବରୁ 3 କୋଟି ଲକ୍ଷପତି ଦିଦିଙ୍କ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏବେ ମାର୍ଚ୍ଚ 2029 ସୁଦ୍ଧା 6 କୋଟି ଲକ୍ଷପତି ଦିଦିଙ୍କ ଏକ ନୂତନ ଏବଂ ମହତ୍ବାକାଂକ୍ଷୀ ଲକ୍ଷ୍ୟ ରଖୁଛନ୍ତି, ଯାହା ଏହି ପଦକ୍ଷେପର ବ୍ୟାପକତା ଏବଂ ମହତ୍ବାକାଂକ୍ଷା ଉଭୟକୁ ଦ୍ବିଗୁଣିତ କରିଛି।

3. କୃଷକମାନଙ୍କ ପାଇଁ ବଡ଼ ଉପହାର: କୃଷି ଭିତ୍ତଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ ଦୁଇ ଗୁଣ ବୃଦ୍ଧି କରି ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି। 2

ଭାରତର ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ 1 ଲକ୍ଷ କୋଟିରୁ 2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

4. 10,000 କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍ 2.0: ନବସୃଜନର ପରବର୍ତ୍ତୀ ଧାରା

ଭାରତର ନବସୃଜନ ଇକୋସିଷ୍ଟମକୁ ସଶକ୍ତ କରିବା ପାଇଁ, ବିଶେଷକରି ଡିପ୍ ଟେକ୍, ପ୍ରାରମ୍ଭିକ ପର୍ଯ୍ୟାୟ ଉପାୟ, ଉନ୍ନତ ଉତ୍ପାଦନ ଏବଂ ବ୍ରେକ୍ ଧ୍ରୁ ଟେକ୍ନୋଲୋଜି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ 10,000 କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡି ଅଫ୍ ଫଣ୍ଡସ୍ (ଏଫଓଏଫ) 2.0 କୁ ଅନୁମୋଦନ କରିଛନ୍ତି।