ହରିୟାଣାରେ ସୈନୀ ସରକାର

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଗୋପନୀୟତା ପାଠ କରିବା ସହିତ ଶପଥପାଠ କରାଇଛନ୍ତି । ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ମନୋହରଲାଲ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟରେ ସାମିଲ ଥିବା ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ୬ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢିବ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବା ବେଳେ କଂଗ୍ରେସର ୩୧ ଏବଂ ଜେଜେପିର ୧୦ ବିଧାୟକ ଅଛନ୍ତି । ୨୦୧୯ ହରିଆଣା ବିଧାନସଭା ନିର୍ବାଚନ ପରେ ମେଣ୍ଟ କରିଥିଲେ ବିଜେପି ଓ ଜେଜେପି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଜେପି- ବିଜେପି ମଧ୍ୟରେ ଅସନ ବୁଝାମଣା ହୋଇ ନପାରିବାରୁ ମେଣ୍ଟ ଭାଙ୍ଗିଥିଲା । ପରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ପୂରା କ୍ୟାବିନେଟ ଇସ୍ତଫା ପ୍ରଦାନ କରିଥିଲା ।

Mar 12, 2024 - 17:43
 5
ହରିୟାଣାରେ  ସୈନୀ ସରକାର