ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରଙ୍ଗୀନ୍ ଆଲୋକରେ ଝଲସୁଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସରକାରୀ କୋଠାବାଡି

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପୂରପଲ୍ଲୀ ସବୁଠି ଉତ୍ସବର ମହୋଲ । ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ଗଠନ ହୋଇଥିଲା । 1947 ମସିହା ଡିସେମ୍ବର 9 ତାରିଖରୁ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ବିଶ୍ୱର ସବୁଠୁ ବଡ଼ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା । ଶେଷରେ 1979 ନଭେମ୍ବର 26 ତାରିଖ ଦିନ ଚିଠା ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଗୃହୀତ ହେଲା । ଜାନୁଆରୀ 26 ରେ ଏହା ଲାଗୁ ହୋଇଥିଲା ।1950 ମସିହା ଜାନୁୟାରୀ 26 ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରଙ୍ଗୀନ୍ ଆଲୋକରେ ଝଲସୁଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସରକାରୀ କୋଠାବାଡି ।