ବାପାଙ୍କ ଏକାଦଶାହ ରେ କାହିଁକି ଲଣ୍ଡା ହେଲେନି ଅନୁଭବ

Feb 26, 2024 - 16:03
 60
ବାପାଙ୍କ ଏକାଦଶାହ ରେ କାହିଁକି ଲଣ୍ଡା ହେଲେନି ଅନୁଭବ

ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ଏକାଦଶାହ l ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ କଳାକାର ଓ ନେତା ମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ। ବାପାଙ୍କ ବିୟୋଗରେ ଭାଙ୍ଗି ପଡିଥିବା ଅନୁଭବଙ୍କୁ ସମସ୍ତେ ସାନ୍ତ୍ଵନା ଦେଇଥିଲେ। ତେବେ ଅନୁଭବଙ୍କ ଭାଇ ବାପାଙ୍କ ପାଇଁ ଲଣ୍ଡା ହୋଇଥିବା ବେଳେ ଅନୁଭବ କାହିଁକି ଲଣ୍ଡା ହେଲେନି ସେନେଇ ଚର୍ଚ୍ଚା ଜୋର୍ ଧରିଛି l

ତେବେ ଅନୁଭବ ମହାନ୍ତି କାହିଁକି ଲଣ୍ଡା ହେଲେନି ତାହାର ପ୍ରକୃତ କାରଣ ଜଣା ନପଡିଥିବା ବେଳେ ସେ ଜଣେ ଅଭିନେତା ହୋଇଥିବାରୁ ଫିଲ୍ମ କରିବା ପୂର୍ବରୁ ଏଗ୍ରିମେଣ୍ଟ ହୋଇଥାଏ କୌଣସି ବି ପରିସ୍ଥିତିରେ ବି ଅଭିନେତା ସୁଟିଂ କୁ ଆସିବାକୁ ବାଧ୍ୟ, ସେଥୂପାଇଁ ବୋଧହୁଏ ଅନୁଭବ ଲଣ୍ଡା ହୋଇ ନାହାନ୍ତି କାରଣ ସେତିକି ଚୁଟି ହେବାପାଇଁ ମାସ ମାସ ଲାଗିଯିବ।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଅଭୟ ମହାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିଲା। ଦୀର୍ଘଦିନ ହେଲା ସେ କିଡନୀ ରୋଗରେ ପୀଡିତ ଥିଲେ ଅନୁଭବ ମହାନ୍ତିଙ୍କ ପିତା ଅଭୟ ମହାନ୍ତି। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି। କିନ୍ତୁ ତାଙ୍କର ସବୁ ଉଦ୍ୟମ ଶେଷରେ ତାଙ୍କୁ ପିତୃଶୂନ୍ୟ କରିଦେଇଛି। ବାପାଙ୍କ ମୁଖାଗ୍ନୀ ନିଜେ ଅନୁଭବ ଦେଇଥିଲେ।