୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଥମୁନି ଧଳା ଜହର କାରବାର

Feb 20, 2024 - 15:55
 4
୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଥମୁନି ଧଳା ଜହର କାରବାର । ମଙ୍ଗଳବାର ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡିଆରୁ ୨୬୨ ଗ୍ରାମ୍ ବ୍ରାଉନ୍ସୁଗର୍ ଜବତ ହୋଇଛି। ଘଟଣାରେ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଟାଉନ୍ ଥାନା ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି। ଖୋର୍ଦ୍ଧା ସବ୍‌ଜେଲରୁ ଏହି ବେପାର ଅପରେଟ୍ ହେଉଥିବା ନେଇ ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି।

ବ୍ରାଉନ୍ ସୁଗାର ସହ ଗୋଟିଏ ସ୍କର୍ପିଓ ଗାଡି, ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି କାରବାରରେ ଆଉ କିଏ କିଏ ସାମିଲ୍ ରହିଛନ୍ତି, ସେ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।