ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ I ଏଥିରେ ୧୫ ଜଣ ଆହତ ହୋଇଛନ୍ତି I ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି I ସମସ୍ତ ଆହତଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା I ସେଠାରୁ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ଖାବରନୁସାରେ,ଆଜି ଦିନ ପ୍ରାୟ ୧୦ଟା ସମୟରେ ବାଂଶପାଳ ବ୍ଲକ ଫୁଲଝରରୁ 'ରାଧାମାଧବ' ନାମକ ଯାତ୍ରୀବାହୀ ବସଟି ଯାତ୍ରୀମାନଙ୍କୁ ନେଇ ପାଲଲହଡ଼ା ଅଭିମୁଖେ ଯାଉଥିଲା। ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା I ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିଲେ I